ଚାଷୀ ଓ ଚାଷର ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା : ଅଧ୍ୟକ୍ଷ ଶ୍ରୀ ପତ୍ରୀ 

0 2

ଉଠା ଜଳସେଚନ ନିଗମ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡିଶା ରାଜ୍ୟ ଉଠା ଜଳସେଚନ ନିଗମ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ସ୍ୱତନ୍ତ୍ରତା ସଂଗ୍ରାମରେ ମହନୀୟ ଅବଦାନ ଓ ବଳିଦାନ ଦେଇଯାଇଥିବା ମହାମନିଷୀମାନଙ୍କ ସ୍ମୃତିଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

ପରେ ଆୟୋଜିତ ବୈଠକରେ ନିଗମର କାର୍ଯ୍ୟ  ସମୀକ୍ଷା ସହ ଉପସ୍ଥିତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, , କୃଷି ଓ କୁଷକଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ପ୍ରାଥମିକତା ଦେଇ ଆସିଛନ୍ତି | ଚାଷୀମାନଙ୍କ ଆୟ ଦୁଇଗୁଣ କରିବା ପାଇଁ ବିଭିନ୍ନ ଯୁଗୋପଯୋଗୀ ପଦକ୍ଷେପ ନେବା ସହ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି | ଚାଷ ପାଇଁ ଜଳସେଚନ ପ୍ରମୁଖ ଆବଶ୍ୟକତା ହୋଇଥିବା କାରଣରୁ ରାଜ୍ୟରେ ଜଳସେଚନ ଭିତ୍ତିଭୂମିକୁ ଅଧିକ କ୍ରିୟାଶୀଳ କରି ଅଧିକରୁ ଅଧିକ ଜମିକୁ ଜଳସେଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି | ରାଜ୍ୟ ଉଠା ଜଳସେଚନ ନିଗମ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ନିର୍ଦ୍ଦେଶକୁ ସାକାର କରିବା ଉଦ୍ଦେଶ୍ୟରେ ୫-ଟି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ ଜାରିରଖିଛି | ଯଦିଓ କୋଭିଡି ମହାମାରୀ କାର୍ଯ୍ୟକ୍ରମରେ କିଛିଟା ପ୍ରତିବନ୍ଧକ ସୃଷ୍ଟି କରିଛି, ତଥାପି ଚଳିତବର୍ଷ ମାର୍ଚ ସୁଦ୍ଧା  ଅଧିକ ଏକ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ପହଂଚାଇବା  ପାଇଁ ଯେଉଁ ଲକ୍ଷ ଧାର୍ଯ୍ୟ  କରାଯାଇଥିଲା ତାହା ଆସନ୍ତା ମାର୍ଚ ମାସ ସୁଦ୍ଧା ପୂରଣ କରିବା ପାଇଁ ସମସ୍ତେ ନିଷ୍ଠାର ସହ ଅଣ୍ଟା ଭିଡି ଲାଗିଯିବା ପାଇଁ ଶ୍ରୀ ପତ୍ରୀ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଥିଲେ | 

ଏହି ଅବସରରେ ନିଗମର ପରିଚାଳନା ନିର୍ଦ୍ଦେଶକ ଅର୍ଚନା ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ (ପିପିଏଫ/ଏଚଆର) ଇଂ ପ୍ରକାଶ ଚନ୍ଦ୍ର ସ୍ବାଇଁ, ଅଧିକ୍ଷଣ ଯନ୍ତ୍ରୀ (କ୍ଵାଲିଟୀ କଣ୍ଟ୍ରୋଲ) ଇଂ ମାନସ ପଟ୍ଟନାୟକଙ୍କ ସମେତ ନିଗମର ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ |  

 

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.