ହାଟଡିହୀ ବିକାଶ ମଂଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ 

0 2

ହାଟଡିହୀ/ ମକରଧ୍ବଜ ହେନା – କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ତାରିଣୀ ମନ୍ଦିର ପରିସରରେ ହାଟଡିହୀ ବିକାଶ ମଂଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଟଡିହୀ ବିକାଶ ମଂଚ ସଭାପତି ନିତ୍ୟାନନ୍ଦ ପହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହୀ ଅଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଚୂଡାମଣୀ ଘଡେଇ ଜାତୀୟ ପତାକା ଉତୋଳନ କରିଥିଲେ । ଯଥାବିଧି ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଦେଶପ୍ରେମୀ ସ୍ୱଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରାଯାଇଥିଲା । ସମଗ୍ର ହାଟଡିହୀ ଅଂଚଳରେ ସୁବାସ ବୋଷ ଭାବେ ପରିଚିତ ଡଃ ହରେକୃଷ୍ଣ ମହତାବଙ୍କ ସମସାମୟିକ ,ଯାହାଙ୍କ ଅବଦାନରେ ହାଟଡିହୀ ଆଜି ସମୃଦ୍ଧ,ଆଧୁନିକ ହାଟଡିହୀ ର ପ୍ରକୃତ ନିର୍ମାତା   ସେହି ମହାନୁଭବୀ ମହାପୁରୁଷ ବୈକୁଣ୍ଠ ନାଥ ଜେନାଙ୍କ ସ୍ମୃତି ଚାରଣ କରିଥିଲେ ଅତିଥିମାନେ । ବରିଷ୍ଠ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ  ତାଙ୍କ ସହିତ କଟାଇଥିବା କିଛି କିଛି ଅନ୍ତରଙ୍ଗ ମୁହୂର୍ତର ଅନଭୁତି କଥା ବଖାଣିଥିଲେ । ହାଟଡିହୀ ବିକାଶ ମଂଚ ଗଠନ ପରେ ଅଂଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିଥିବାର ବରିଷ୍ଠ ସଦସ୍ୟ ଘନଶ୍ୟାମ ପହୀ ସୂଚନା ଦେଇଥିଲେ । ହାଟଡିହୀ ବିକାଶ ମଂଚର ଲକ୍ଷ୍ୟ ଉଦ୍ଦେଶ୍ୟ ସଂପର୍କରେ କାମପାଳ ନାୟକ ଅବଗତ କରିବା ସହିତ ବିକାଶ ମଂଚର ସମସ୍ତ ସଦସ୍ୟ ମିଳିତ ଭାବେ ଉନ୍ନତି ମୁଳକ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ ।ବିଭିନ୍ନ କ୍ଷେତ୍ରରେ ହାଟଡିହୀ ଅଂଚଳ ପାଇଁ ସାହାଯ୍ୟ ସହଯୋଗ ଓ ସେବା କରିଆସିଥିବା ୩ ଜଣ ବରିଷ୍ଠ  ବ୍ୟକ୍ତିଙ୍କୁ ମଂଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାକ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ ଚୁଡାମଣି ଘଡେଇ,ପ୍ରଶାସନିକ କ୍ଷେତ୍ରରେ ହାଟଡିହୀ ଅଂଚଳ ପାଇଁ ବହୁ ସହଯୋଗ କରିଥିବା ପୂର୍ବତନ ପ୍ରଶାସନିକ କର୍ମଚାରୀ ସାରଙ୍ଗଧର ଜେନା,ବହୁ ସାମାଜକି, ସାଂସ୍କୃତିକ,ଆଧ୍ୟାତ୍ମିକ କାର୍ଯ୍ୟରେ ସେବା କରିଆସୁଥିବା ପୁରୋହିତ  ବାବାଜି ଚରଣ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଂଚର ସକ୍ରୀୟ ସଦସ୍ୟ ସଦାଶିବ ଚକ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ବରିଷ୍ଠ ସଦସ୍ୟ ନୃସିଂହ ସେଠୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ ନାୟକ,ସୁଦାମ ନାୟକ,ଅନାଦି ପହୀ,ରମାନାଥ ମଲିକ,ବିଷ୍ଣୁ ବେହେରା,ଭଗବାନ ନାୟକ,ବିଜୟ କୁମାର ଜେନା,ସୁନୀଲ ନାୟକ,କାର୍ତିକ ମହାନ୍ତି,ହଳଧର ରାଉତ, ଯୁଧିଷ୍ଠିର  ନାୟକ,ବଳରାମ ମଲିକ,ଅନାଥ ଯେନା,ସନ୍ତୋଷ ପାତ୍ର,ମଦନ ଦାସ,ଶୀଧର ଜେନା,ପରିକ୍ଷିତ ସେଠୀ,ହାଡିବନ୍ଧୁ ରଣା ସମେତ ହାଟଡିହୀ ବିକାଶ ମଂଚର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

 

 

 

 

 

 

 

 

 

 

 

 

Leave A Reply

Your email address will not be published.