ରେଙ୍ଗାଲି ତହସିଲରେ ବସୁନ୍ଧରାର ଜମି ପଟ୍ଟା ବଣ୍ଟନ ସହ ଗଣତନ୍ତ୍ର ଦିବସ ପାଳିତ। 

0 2

ରେଙ୍ଗାଲି (ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲରେ ସୋମବାର ତହସିଲଦାର ସୁନିଲ କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରି ଦେଶ ସେବାରେ ନିଜର କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରି ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ  ଦେବା ପାଇଁ  ତାଙ୍କର ସହ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହା ପରେ ଓଡିଶା ସରକାରଙ୍କ ବସୁନ୍ଧରାର ଯୋଜନାରେ ରେଙ୍ଗାଲି ଅଞ୍ଚଳର ୧୭ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ଏବଂ ଆଗାମି ଦିନରେ ଅନ୍ୟମାନଙ୍କୁ ମଧ୍ୟ ଏହି ଯୋଜନାରେ ଜମି ପଟ୍ଟା ଦିଆଯିବ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା, ମୁଖ୍ୟ  କିରାଣି ଧନେଶ୍ଵର ବଚ୍ଛା,ସୁପର ଭାଇଜର ବିଭୂତି ପ୍ରଧାନ, କୋର୍ଟ ଅମିନ କମଲଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.