ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ରେ ବ୍ରାହ୍ମଣ ସମାଜ ର ଅଷ୍ଟଦଶ ବାର୍ଷିକ ଅଧିବେଶନ ଓ ନୂତନ ଗାୟତ୍ରୀ ମଣ୍ଡପ ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ଅଧ୍ୟକ୍ଷତା ଏବଂ କାର୍ଯ୍ୟକାରୀ ସଭାପତି ଡା.ଲମ୍ବୋଦର ପଣ୍ଡା ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭା ରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ପାଇକମାଲ ସଭାପତି ଗିରିଶ ନାୟକ,ସମ୍ପାଦକ ସତନାରାୟଣ ଯୋଶୀ,କୋଷାଧ୍ୟକ୍ଷ ଜୟନାରାୟଣ ପୁରୋହିତ,ପ୍ରେମାନନ୍ଦ ଦେବତା,ରୋହିତ ମିଶ୍ର,ଶଙ୍କର ଦାଶ,ନିମାଇଚରଣ ହୋତା ପ୍ରମୁଖ ଯୋଗଦାନ କରି ବ୍ରାହ୍ମଣ ସମାଜ ର ଉନ୍ନତି ପୂଜାବିଧି,କର୍ମକାଣ୍ଡ ଉପରେ ଆଲୋଚନା କରିଥିଲେ।ଚଳିତ ୨୦୨୧ମସିହା ର ପ୍ରକାଶକ ଜ୍ୟୋତିର୍ବିଦ ପଣ୍ଡିତ ସଦାନନ୍ଦ ପାଣିଗ୍ରାହୀ,ଜ୍ୟୋତିର୍ବିଦ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ନୃସିଂହ ପଞ୍ଜିକା ଉନ୍ମୋଚନ ହୋଇଥିଲା।ଫଳ ରେ ବିଭିନ୍ନ କର୍ମକାଣ୍ଡ ପଣ୍ଡିତ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲେ।ଗତ ବର୍ଷ ୨୦୨୦ ର ପଞ୍ଜିକା ନିର୍ଭୁଲ ଭାବରେ ଗଣନା ହୋଇଥିବା ଏବଂ ବିଭିନ୍ନ ପର୍ବପର୍ବାଣି, ସୁଭଲଗ୍ନ ,ବିବାହ ,ବ୍ରତ ଏବଂ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ନିର୍ଭୁଲ ଭାବରେ ଥିବାରୁ ବିଭିନ୍ନ ପଣ୍ଡିତ ମାନେ ସଭାରେ ମତ ପ୍ରକାଶ କରିଥିଲେ। ବାର୍ଷିକ ଅଧିବେଶନ ରେ ଉପସଭାପତି କ୍ଷମାସାଗର ପୁରୋହିତ, ସମ୍ପାଦକ ଆନନ୍ଦ ମହାପାତ୍ର,ରାଧେଶ୍ୟାମ ପଣ୍ଡା,ଭୁବନେଶ୍ୱର ଦାଶ,ସୁପେନ୍ଦ୍ର ଆଚାର୍ଯ୍ୟ,ପିତାମ୍ବର ହୋତା ସମେତ ଅନେକ ବିଜ୍ଞ ପଣ୍ଡିତ ଉପସ୍ଥିତ ରହିଥିଲେ ଶେଷରେ ନନ୍ଦଲାଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.