ଲଇଡା ରେ ଶାମ୍ବ ଦଶମୀ ଉପଲକ୍ଷେ ବଡଦେବଙ୍କ ପୂଜା I

0 1

ସମ୍ବଲପୁର, (ରମାକାନ୍ତ ବିଶ୍ବାଲ) : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ଦେବଦୂଳ୍କଭ ମଣ୍ଡପ ରେ ଶନିବାର ଲଇଡା ଇଷ୍ଟେଟ କମିଟୀ ଆନୁକୁଲ୍ୟରେ ଷଡବଂଶୀୟ ଗୋଣ୍ଡ ସମାଜ ର ଶାମ୍ବ ଦଶମୀ ଉପଲକ୍ଷେ ବଡଦେବ ଜଙ୍ଗାଲିଙ୍ଗା ଙ୍କ ବାର୍ଷିକ ପୂଜା ଜମିଦାର ଙ୍କ ପୁଷ୍ଠପୋଷକତା ରେ ପାଳିତ ହୋଇଯାଇଅଛି I ଏହି ଉତ୍ସବ ରେ ଶତାଧିକ ଭକ୍ତ ଓ କର୍ମକତ୍ତା ଙ୍କ ଉପସ୍ଥିତ ରେ କ୍ରାନ୍ତିକାରି ବୀର ସୁରେନ୍ଦ୍ର ସାଏ ଙ୍କ ୨୧୩ ତମ ଜନ୍ମ ଶତବାର୍ଷିକ ଦିବସ ରେ ସମାଜ ର ବିଶିଷ୍ଟ ପ୍ରତିନିଧି ଙ୍କ ବିପୁଳ ଆନନ୍ଦ ଉଲ୍ଲାସରେ ଭୁବନେଶ୍ବର ନାଏକ ଙ୍କ ଅଧକ୍ଷତା ରେ ପୂଜାର୍ଚ୍ଚନା କରି ଶ୍ରଦ୍ଧାଞଳୀ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଭୋଇ ସଂଗ୍ରାମୀ ସୁରେନ୍ଦ୍ର ସାଏ ଙ୍କ ସଂଗ୍ରାମ ମୟ ଜୀବନ ଘଟଣା ଗୁଡିକ ମତବ୍ୟକ୍ତ କରି ସମସ୍ତ ଙ୍କୁ ପ୍ରେରଣା ଦେଇଥିଲେ। ପ୍ରାରମ୍ବରେ ଉଲ୍ଲାସ ସହ ଲଇଡା କମୀଟି ର ସଭାପତି ସୁବାଷ ନାଏକ,ସଂପାଦକ ଦୟାସାଗର ପଟ୍ଟ। କୈଳାଶ ଭୋଇ,ଉଦନ୍ତ କେଶରୀ ସଂଦେଓ , ହିମାଂଶୁ, ଡମ୍ବରୁ ଧର କୁମୁରା, ବାବୁଳୁ ଧୁରୁଆ,ସୁନୀଳ ଧୁରୁଆ,ପରିକ୍ଷିତ ଧୁରୁଆ,ଘନଶ୍ୟାମ ନାଏକ, ତରୁଣ, ରିଙ୍କୁ, ଗୋବିନ୍ଦ ମରେଇ,ଦିପକ ନାଏକ, ଦିନେଶ, ଆକାଶ, ଜୁଳି,ଡଳି, ପ୍ରିୟଙ୍କା,ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଭବାନି ଶଙ୍କର ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ପୂଜା ସମାପନ କରିଥିଲେ।

Leave A Reply

Your email address will not be published.