୮ତମ ମୌଲା ଭଣଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରମସାନି କ୍ଲବ ବେଲପାହାଡ ଚମ୍ପିୟନ

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ : ରବିବାର ମୌଲା ଭଣଜା କ୍ଲବ କୁର୍ଲା ଆନୁକୂଲ୍ୟରେ ୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁର୍ଲା ସ୍କୁଲ ପାଖ ଖେଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ୮ଟି ଫୁଟବଲ କ୍ଲବ ଯଥା  ଆଦିବାସୀ କ୍ଲବ ରେଙ୍ଗାଲି,କରମସାନି କ୍ଲବ ବେଲପାହାଡ,ନାଏକ ବ୍ରଦର୍ସ ଲଇଡା,ଜୁନିଅର ୧୧ ସମ୍ବଲପୁର, ଫ୍ରେଣ୍ଡସ କ୍ଲବ ଝାରସୁଗୁଡ଼ା,ଜେଏମଜି କ୍ଲବ ସମ୍ବଲପୁର, ସମଲେଶ୍ବରୀ ଏଫସି ବରଗଡ,ମୌଲା ଭଣଜା  କ୍ଲବ କୁର୍ଲା ଯୋଗଦେଇ ସେମାନଙ୍କର ଖେଲ ପ୍ରଦର୍ଶନ କରିଥିଲେ।  ଫାଇନାଲ ଖେଲ   ବେଲପାହାଡ ଦଲ ଏବଂ ସମଲେଶ୍ବରୀ ଏଫସି ବରଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା

http://www.youtube.com/watch?v=ros2BpV1eVo 

ବେଲପାହାଡ ଦଲ ବିଜୟ ହୋଇଥିବା ବେଳେ ବରଗଡ ଦଲ-ଉପ ବିଜେତା ହୋଇଥିଲେ। ପୁରସ୍କାର ବିତରଣୀ  କାର୍ଯ୍ୟକ୍ରମରେ  ,ଏମବି ସତ୍ୟମ(ଜଟିଆ),ସୁବାସ ଚନ୍ଦ୍ର ସିଂହ ବିଶ୍ବକେଶନ ବିଶ୍ବାଳ, ଟିକୁ ପଟ୍ଟନାୟକ, ବିରଞ୍ଚି କୁମାର ବିଶ୍ବାଳ, ଶ୍ରୀକୃଷ୍ଣ ପଣ୍ଡା,ସମିତିସଭ୍ୟ କ୍ଷିରସାଗର ଭୋଇ,ଡାକ୍ତର ସନ୍ତୋଷ ସିଂହ, ନନ୍ଦକିଶୋର ଅଗ୍ରୱାଲ,ଜୟଦ୍ରଥ ବିଶ୍ବାଳ, ଅନ୍ତର୍ଯ୍ୟାମୀ  ସେଟ,ଗଣେଶ ସହେଲା,ନବିନ ଚନ୍ଦ୍ର ଗୁରୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କାର ଅର୍ଥ ରାଶି ଏବଂ ଉପ-ବିଯେତା ଦଲକୁ ଟ୍ରଫି ସହ ୭ ହଜାର ଟଙ୍କାର ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ।

ରେଫରି ଭାବରେ ଲଖମଣ ବେହେରା,ଲୋଲା ଓରାମ,ଜଗଦିଶ ମିର୍ଦ୍ଧା,କାର୍ତ୍ତିକ ଓରାମ ଏବଂ ଅଜିତ କୁଜୁର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମୌଲା ଭଣଜା କ୍ଲବର ସଭାପତି ଖଳନାସନ ଭୋଇ,ଉପ-ସଭାପତି ପଦ୍ମନାଭ ଖଡିଆ,ସଂପାଦକ ମହେନ୍ଦ୍ର ଖଡିଆ,ଉପଦେଷ୍ଟା ଜଗଦିଶ ଭୋଇଙ୍କ ସହ କ୍ଲବର ଅନ୍ୟ ସଦସ୍ୟମାନଙ୍କର ସହଯୋଗରେ ଖେଳ ପରିଚାଳନା ହୋଇଥିଲା

Leave A Reply

Your email address will not be published.