ଗାନ୍ଧୀ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

0 2

ଝାରସୁଗୁଡା:(ସୁଭାଷ ସହାରେ)- ଏସଟି ଓ ଏସସି ବିକାଶ ସଂଘ ଦ୍ୱାରା ଲଇକେରା ବ୍ଲକର ପାନପାଲିଠାରେ ଜିଲ୍ଲାର ପ୍ରଥମ ମହାତ୍ମାଗାନ୍ଧୀ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ମନ୍ଦିରର ଭିତ୍ତିପ୍ରସ୍ତ ସ୍ଥାପନ ଆସନ୍ତା ଜାନୁଆରୀ ୩୦  ମହାତ୍ମାଗାନ୍ଧୀଙ୍କ ୭୪ ତମ ହତ୍ଯା ଦିବସ ଦିନ ଶୁଭ ଦେବାପାଇଁ ସ୍ଥିର ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ଉପସ୍ଥିତ ଥିବାବେଳେ ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ଜୟପୁରିଆ, ନବୀନ ବୁଡା ସଂଘର ସଭାପତି କୃଷ୍ଣଚନ୍ଦ୍ର ଭୋଇ, ଫକୀର ନାଏକଙ୍କ ସହିତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।

Leave A Reply

Your email address will not be published.