ଝାରସୁଗୁଡା:(ସୁଭାଷ ସହାରେ) – ୩୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଡି ଏମ୍ ଏଫ ଅଡିଟୋରିଏମ୍ ରେ ସଭା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେବା ସହ ସଡ଼କ ସୁରକ୍ଷା ର ନିୟମ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ସଡ଼କ ସୁରକ୍ଷା ସକାଶେ ନିୟମ ଉଲଂଘନକାରୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସଚେତନତା ହିଁ ସଡ଼କ ଦୁର୍ଘଟଣା ହ୍ରାସ କରିପାରିବ ବୋଲି କହିଥିଲେ । ଉତ୍ତରାଞ୍ଚଳ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ଦୀପ୍ତିରଞ୍ଜନ ପାତ୍ର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜନସାଧାରଣ ସଚେତନ ହେଲେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ବୋଲି ଉଲ୍ଲେଖ କରିବା ସହ ଜୀବନକୁ ସୁରକ୍ଷା ଦେବା ପାଇଁ ନିୟମ ଅନୁପାଳନର ଆବଶକ୍ୟତା ସମ୍ପର୍କରେ ବୁଝାଇଥିଲେ । ଶ୍ରୀ ପାତ୍ର ଏହି ଅବସରରେ ସଡ଼କ ସୁରକ୍ଷା ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ବଲପୁରସ୍ଥିତ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଚନ୍ଦନ କୁମାର ଦୁର୍ଘଟଣା ହ୍ରାସ ପାଇଁ ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ଜନଜୀବନର ସୁରକ୍ଷା ସକାଶେ ନିୟମାନୁବର୍ତ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ସଡ଼କ ସୁରକ୍ଷା ସମ୍ପର୍କିତ ଅଡିଟ କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗୀୟ ଯନ୍ତ୍ରୀମାନେ କିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜ୍ୟପଥର କାର୍ଯ୍ୟ ଅନୁଧ୍ୟାନ କରିବେ ସେ ସମ୍ପର୍କରେ ବୁଝାଇଥିଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶବଳୀ ଅନୁଯାୟୀ ଚଳିତ ବର୍ଷ ଠାରୁ ଗତ ଅଠର ତାରିଖରୁ ମାସେ ବ୍ୟାପୀ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ ଅନୁପାଳନ ସହ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରିଶେଷରେ ଏମ୍ ଭି ଆଇ ଜନ୍ମେଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post