ସମ୍ବଲପୁର(ରମାକାନ୍ତ ବିଶ୍ବାଲ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ଦଳେଇପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ, ଉପ ସଭାପତି ଗୋକୁଳ ମେହେର, କିଶୋର ପରିଛା, କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରା, ସମ୍ପାଦକ ସଂଜିତ ମହାନ୍ତି, ଅନାଦି ସାହୁ, ମହମ୍ମଦ ମୂର୍ତୁଯା, କୋକିଳ ସାହୁ, ସମ୍ପାଦିକା ପଦ୍ମା ବତି କିଶାନ୍, ଡିଭିଜନ ସମ୍ପାଦକ ଜଦୁ ପାଣିଗ୍ରାହୀ, କ୍ଷେତ୍ର ମୋହନ ବାରିକ୍, କୀର୍ତ୍ତନ ସେନାପତି, କିଶୋର ପ୍ରଧାନ, ବିନୋଦ ଜେନା, ଉଡିତ୍ ତ୍ରିପାଠୀ, ଶଙ୍କର ପରିଡା, ଏଚ ଏମ୍ ଏସ ସମ୍ପାଦକ ଲକ୍ଷ୍ମୀ ଧର ସାହୁ, ସାମଲ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ସହିତ ରାଜ୍ୟର ସମସ୍ତ ଡିଭିଜନ ର ରାଜ୍ୟ କର୍ମକର୍ତ୍ତା ମାନେ ଏଥିରେ ଉପସ୍ଥିତ ରହି କେନ୍ଦୁପତ୍ର ସଂସ୍ଥା ଏବଂ କର୍ମଚାରୀ ମାନଙ୍କ ଆଗାମୀ ଦିନର କାର୍ଯ୍ୟ ପନ୍ଥା ସ୍ଥିର କରିଛନ୍ତି I
Sign in
Sign in
Recover your password.
A password will be e-mailed to you.