ଛବିଳ ସାଏ ଯୁବକ ସଂଘ କୁଦୋପାଲି ଆନୁକୂଲ୍ୟରେ ୨୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 2

ମିର୍ଦ୍ଧା ଏକାଦଶ ପଡିଆବାହାଲକୁ ହରାଇ ଵି.ଜେ. କ୍ଲବ ସୋନପୁର ବିଜୟୀ I

  ସମ୍ବଲପୁର, (ରମାକାନ୍ତ ବିଶ୍ୱାଳ):  ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ୨୧୩ ତମ ଜୟନ୍ତୀ ଅବସରରେ  ଛବିଳ ସାଏ ଯୁବକ ସଂଘ କୁଦୋପାଲି ଆନୁକୂଲ୍ୟରେ ୨୪ତମ ଦୀଦିବସୀୟ  ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର  ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବିଜେଡି ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ, ବିଜେଡି ରାଜ୍ୟ ସହ ସମ୍ପାଦକ ଇଂ.ଦିଲୀପ ଦୁରିଆ, ପ୍ରମୋଦ ସୁନା, ବିଜେଡି ଯୁବ ନେତା ବିରାଜ ଧର, ରାଜୁ ଧର, ସନୁଜ ଡନସନା, ଗଣେଶ ତାଣ୍ଡିଆ  ପ୍ରମୁଖ ଅତିଥି ଭାବେ  ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।  ଫାଇନାଲ ଖେଳ ଵି.ଜେ. କ୍ଲବ  ସୋନପୁର ଓ ମିର୍ଦ୍ଧା ଏକାଦଶ  ପଡିଆବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ କାହାରିକୁ ଗୋଲ ଦେଇନପାରିବାରୁ ପେନାଲ୍ଟିକ୍ ଷ୍ଟୋକ୍ର ସାହାଯ୍ୟ ନିଆଯାଇଥିଲା । ଏଥିରେ  ଵି.ଜେ. କ୍ଲବ  ସୋନପୁର ବିଜୟୀ ହୋଇଥିଲା I ବିଜୟୀ ଟିମ୍ କୁ ନଗଦ ୯ ହଜାର ଓ ଚମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅଫ ଟିମ୍ କୁ ନଗଦ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ।  ରେଫେରି ରୂପେ ଶାନ୍ତ ରନବିଡା, ରାଜାରାମ ଓରାମ, ନନ୍ଦୁ ନାୟକ, ବିଜୟ ଓରାମ ଯୋଗ ଦେଇ କାର୍ଯ୍ୟ ତୁଲାଇଥିଲେ । ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟକୁ ଯୁବ  ସାମଜସେବୀ ଭଗତ ସିଂ ଅତିଥି ଭାବେ  ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ  ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ I ଛବିଳ ସାଏ ଯୁବକ ସଂଘ ର ସଭାପତି ତରଣୀ ସେଠ୍, ସମ୍ପାଦକ ପ୍ରଫୁଲ୍ଲ ଭୋଇ, ଅରୁଣ ସେଠ୍, ସନ୍ତୋଷ ହୋତା, ରମେଶ ଧୁରୁଆ, ସୁଦାମ ସେଠ୍, ସୁଦାମ ସାହୁ, ସୋଉଲ ବେହେରା, ବିଶ୍ୱଜିତ ବନଛୁର ପ୍ରମୁଖ କ୍ଳବ ର ସଦସ୍ୟ ମାନେ ଖେଳ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ  ସକ୍ରିୟ ସହଯୋଗ କରିଥିଲେ I

Leave A Reply

Your email address will not be published.