ରାଜ୍ୟ ପୁରୁଷ ଏବଂ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 2

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ପୁରୁଷ ଏବଂ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଘୁ.ଉଦୟଗିରି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଂଘର କନ୍ଧମାଳ ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ସଥପଥୀ, ଘୁ. ଉଦୟଗିରି ବ୍ଲକ ସମ୍ପାଦକ ରାଜକୁମାର ରଥଙ୍କ ନେତୃତ୍ୱରେ ପାୱାନ ପ୍ରଧାନ, ସନ୍ତୋଷ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା, ଶ୍ରୀନିବାସ ଚୌଧୁରୀ, ସ୍ମୃତି ରେଖା ନାୟକ, ଅନିତା ପଟନାୟକ, ସୁଭକାନ୍ତ ନାୟକଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ହାତରେ ପ୍ଲାକାର୍ଡ ଧରି କ୍ୟାଡର ପୁନର୍ଗଠନ ଏବଂ ପଦବୀ ପରିବର୍ତ୍ତନ ଦାବୀରେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ I ରାଜ୍ୟରେ ୧୫୦୦୦ ରାଜ୍ୟ ପୁରୁଷ ଏବଂ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରୁ ଥିବା କନ୍ଧମାଳ ଜିଲ୍ଲା ସମ୍ପାଦକ ସୂଚନା ଦେଇଛନ୍ତି I ଯଦି ସରକାର ସଂଘର ଦାବୀ ପ୍ରତି ଦୃଷ୍ଟିପାତ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଶିରିଞ୍ଜ ଛାଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଛନ୍ତି ସଂଘର କନ୍ଧମାଳ ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ସଥପଥୀ I ଦୀର୍ଘ ଦଶ ବର୍ଷ ହେବ ଚାରି ସଙ୍ଘ ଉକ୍ତ ଦାବୀ କରି ଆସୁଛନ୍ତି ବୋଲି ଘୁ. ଉଦୟଗିରି ସମ୍ପାଦକ ରାଜକୁମାର ରଥ ପ୍ରକାଶ କରି ଛନ୍ତି I ହେଲେ ସରକାର ତାଙ୍କ ଦାବୀକୁ ଦୁରୁତ୍ବ ନ ଦେଇ ଡାକ୍ତର, ଷ୍ଟାଫ ନର୍ସଙ୍କୁ ଚାରିରୁ ପାଞ୍ଚଟି ସୋପାନରେ ପଦନ୍ନତି ଦେଉ ଛନ୍ତି ବୋଲି ସଂଘର ସମ୍ପାଦକ ମତବ୍ୟକ୍ତ କରିଛନ୍ତି  I

Leave A Reply

Your email address will not be published.