ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୫ କିମି ଦୂର ଏମଭି ୪ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଠ ଚୁଲିରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ମହିଳା ମୃତ୍ୟୁ। ଏମଭି ୪ ଗ୍ରାମର ଫୁଲିନ ମୁର୍ମୁ ନିଜ ଘରେ ସକାଳୁ କାଠ ଚୁଲିରେ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଫୁଲିନଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା। ନିଆଁ ଅତି କ୍ଷିପ୍ର ଗତିରେ ଫୁଲିନଙ୍କ ପୁରା ଶରୀରକୁ ନିଜ ଆୟତକୁ ନେଇଯାଇଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଓ ପାଖ ପଡୋଶୀ ଦୌଡ଼ି ଆସି ନିଆଁ ଲିଭାଇଥିଲେ। ଇତି ମଧ୍ୟରେ ଫୁଲିନଙ୍କ ଶରୀରର ୮୦ ଭାଗ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ଫୁଲିନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଖବର ପାଇ ମାଲକାନଗିରି ପୋଲିସ ମୁଖ୍ୟ ଚିକିତ୍ସାଲୟରେ ପହଁଚି ମାଲକାନଗିରି କେସ ନଂ ୦୬/୨୦୨୧ ରେ ଅପମୃତ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି। ଏହି ଘଟଣା ପରେ ଫୁଲିନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.