ଝାରବନ୍ଧ-ମନୋହର ଦାଶ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡି ରୁ ଧାନ ଉଠିଲା ।୨୧/୧ ତାରିଖ ଦିନ ୧୦ ଟି ଟ୍ରକ ୨୨/୦୧ ତାରିଖ ଦିନ ୧୦ଟି ଟ୍ରକ ଆସି ଧନ ମଣ୍ଡିରୁ ଚାଷୀଙ୍କ ଶହ ଶହ ପ୍ୟାକେଟ ଧାନ ଉଠିଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ଜଣାପଡିଛି । ସେହିପରି ଝାରବନ୍ଧ ବ୍ଲକ ର ଅନ୍ୟ ମଣ୍ଡିରୁ ମଧ୍ୟ ୨୧/୦୧ ତାରିଖ ଦିନ ଠାରୁ ଧାନ ଉଠିଛି ବୋଲି ଜଣାପଡିଛି। ମଣ୍ଡିର ଅବ୍ୟବସ୍ଥାକୁ ନେଇ ଗତ ୨୦/୧ ବୁଧବାର ଦିନ ଲଉଡିଦରହା ଚାରି ଛକ ଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ଚାଷୀ ଅବରୋଧ କରିଥିଲେ। ଛତିଶଗଡ଼ ପଦ୍ମପୁର ,ଡଭା,ଝାରବନ୍ଧ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଥିଲା। ଖବର ପାଇ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନ ,ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ ,ବି.ଡି.ଓ ରୁନୁ ଲାକ୍ରା ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଲିତା ବାର୍ଳା ,ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ ପ୍ରମୁଖ ଆନ୍ଦୋଳନ ସ୍ଥଳକୁ ଆସି ଚାଷୀକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରି ଥିଲେ ସମସ୍ତ ଚାଷୀ | ୨୧/୧ ତାରିଖ ଠାରୁ ମଣ୍ଡିର ଧାନ ଉଠିବାରୁ ଚାଷୀଙ୍କ ମୁହଁ ରୁ ହସ ଦେଖିବାକୁ ମିଳିଥିଲା।ପ୍ରତିଶ୍ରୁତି ଦେଇଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ଚାଷୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post