ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଞ୍ଚଳିକ ପରିବହନ ପ୍ରାଧିକରଣ ସମ୍ବଲପୁର ସହଯୋଗରେ ସ୍ଵାସ୍ଥ୍ୟସେବୀ ଅନୁଷ୍ଠାନ ସାର୍କ ଆୟୋଜିତ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲର ଛାତ୍ରୀମାନଙ୍କୁ ସାମିଲ ଏକ ଶୋଭାଯାତ୍ରାରେ ସହର ବୁଲି ସଚେତନତା କରିଥିଲେ।ଏହି ଅବସରରେ ସ୍ଥାନୀୟ ବାଳିକା ହାଇସ୍କୁଲ ସହକାରୀ ଶିକ୍ଷକ ବିଜୟା ନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ରେଢାଖୋଲ ଥାନା ଆଇଆଇସି ସୁରୁବାବୁ ଛତ୍ରିଆ ମୁଖ୍ୟ ଅତିଥି, ଓ ଆଞ୍ଚଳିକ ପରିବହନ ବିଭାଗ ଏସଆଇ ଜୋଶବନ୍ତ କିନାରା, ସ୍ବେଛା ସେବୀ ଅନୁଷ୍ଠାନ ସାର୍କର ଚକ୍ରଧର ନନ୍ଦ , ସମ୍ବଲପୁର ସହର ବୁଢା ରାଜା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ଉଦିତ କୁମାର ପାଟଯୋଶୀ ପ୍ରମୁଖ ସଂମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.