ପାତୁଲିପାଲି ଗ୍ରାମରେ ହାତୀ ଉପଦ୍ରବ, କଦଳୀ ଓ କୋବି ବଗିଚା ଖାଇଗଲେ।

0 2

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି।ଗତ କିଛି ଦିନ ପୂର୍ବରୁ ଜଙ୍ଗଲୀ ହାତୀ ପଲ ସବୁ ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ନଷ୍ଟ କରି  ସାରିବା ପରେ ଏବେ ଏହି ହାତୀ ସବୁ ଖାଦ୍ୟ ଅନେଶ୍ୱନରେ ଗାଁ ଓ ସହର ମୁହାଁ ହେଉ ଅଛନ୍ତି। ହେଲେ ବୁଧବାର ରାତିରେ ରେଢାଖୋଲ ଏନଏସି ଅନ୍ତର୍ଗତ ପତୁଳିପାଲି ଗ୍ରାମ ଭିତରକୁ ଏକ ଦନ୍ତା ହାତୀ ପସି ବ୍ୟାପକ ଫସଲ ନଷ୍ଟ କରି ଛନ୍ତି।  ଗ୍ରାମର କରୁଣା କର ଅମାତଙ୍କ କଦଳୀ ବଗିଚା ଓ କାଁହୁ ଦାସଙ୍କ କୋବି ଓ ଅନନ୍ୟା ପନି ପରିବା ବଗିଚା ଖାଇ, ମାଡି ଦଳି ବ୍ୟାପକ ନଷ୍ଟ କରି ଅଛି।ଗତ କିଛି ଦିନ ଆଗରୁ ପତୁଲିପାଲି ଗ୍ରାମର ବୁଥୁଲୁ  ଅମାତଙ୍କ ପନି ପରିବା ବଗିଚା ମଧ୍ୟ ଏହି ଦନ୍ତା ହାତୀ ଖାଇ ବ୍ୟାପକ ନଷ୍ଟ କରି ଥିଲେ । ହେଲେ ଦିନକୁ ଦିନ ହାତୀ ପଲ ଓ ଏକ ନିର୍ଦ୍ଦିଷ୍ଟ  ଦନ୍ତା ହାତୀ ଗ୍ରାମ ଓ ସହର ଭିତରକୁ ପଶି ଆସୁ ଅଛନ୍ତି।ଦିନ ବେଳା ଗାଁ ପାଖ ଜଙ୍ଗଲ ମାନଙ୍କରେ ରହି ଗର୍ଜନ କରୁ ଅଛନ୍ତି। ସଞ୍ଜ ନଇଁଲେ ହାତୀ ଗାଁ ପାଖକୁ ମାଡି ଆସୁ ଥିବାରୁ ଲୋକେ ଭୟ ଭିତ ହୋଇ ପଡୁ ଛନ୍ତି। ଏଣୁ ଗାଁ ଗାଁରେ ହାତୀ  ଉପଦ୍ରବ କରୁଥିବା ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଘଉଡାଇବା ଦିଗରେ ପଦକ୍ଷେପ ନେବା ସହିତ କ୍ଷୟ କ୍ଷତିର ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.