ଅଭିଯୁକ୍ତ ଖୋଲମଖୁଲା ବୁଲୁଥିଲେ ବି ପୁଲିସ ତାକୁ ଗିରଫ କରୁନାହିଁ

0

  ନାବାଳକକୁ  ଲୁହାରଡ଼ରେ ନିସ୍ତୁକ ମାଡ. ମାମଲା  ରୁଜ୍ଜୁ କରି ହାତବାନ୍ଧି ବସିଛି ପୁଲିସ

ବ୍ୟାସନଗର, (ଜୟଶଙ୍କର ଦାଶ) ଖଜୁରୀ କୋଳି ତୋଳାକୁ କେନ୍ଦ୍ର କରି ଜଣେ ବାକକକୁ ଗ୍ରାମର ଜଣେ ବ୍ୟକ୍ତି ଲୁହାରଡ଼ରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ପ୍ରତିବାଦରେ ନାବାଳିକର ମାଆ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କୈାଣସି କାର୍ଯାନୁଷ୍ଠାନ  ନନେବାରୁ ବାଳକର ମାଆ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡିର ରାଏପଡ଼ା ଗ୍ରାମର ଶାନ୍ତିଲତା ଦାଶଙ୍କ ଠାରୁ ମିଳିଥିବା ସୁଚନାନୁସାରେ  ତାଙ୍କର ୧୦ ବର୍ଷର ନାବାଳକ ପୁଅ ଗ୍ରାମର କିଛି ସାଙ୍ଗ ପିଲାଙ୍କ ସହିତ ଖଜୁରୀ କୋଳି ପାରିବା ଲାଗି ଗଛକୁ ଟେକା ମାରିବା ସମୟରେ ଟେକାଟି ଯାଇ ନାରଣ ମାହୁନ୍ତଙ୍କ ଝିଅ(୧୦) ମୁଣ୍ଡରେ ବାଜିଥିଲା । ଫଳରେ ତାର ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଉତେଜିତ ହୋଇ ନାରଣ ଶାନ୍ତିଲତାଙ୍କ ନାବାଳକ ପୁଅକୁ ଏକ ଲୁହା ରଡ଼ରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲା । ଫଳରେ ଏନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ୨୨୨/୧୮ରୁଜ୍ଜୁ କରି ହାତ ବାନ୍ଧି ବସିଛି । ଅଭିଯୁକ୍ତ ଖୋଲମଖୁଲା ବୁଲୁଥିଲେ ବି ପୁଲିସ ତାକୁ ଗିରଫ କରୁନାହିଁ ।ଫଳରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସପିଙ୍କୁ ପରିବାର ପକ୍ଷରୁ ଭେଟିଛନ୍ତି । 

Leave A Reply

Your email address will not be published.