ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ କଲେ କାୟାକଳ୍ପ ଟିମ

0 2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :ରୋଗୀ ଚିକିତ୍ସାସହ ଅନ୍ତଃ ବିଭାଗ, ବହିଃର୍ବିଭାଗ ଏବଂ ପାରିପାର୍ଶିକ ପରିବେଶର ସ୍ୱଚ୍ଛତାକୁ ନିୟମିତ  କରିବା ପାଇଁ ଏକ ୩ ଜଣିଆ ଟିମ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ଡ଼ ଅଞ୍ଜନା ପଣ୍ଡାଙ୍କ ନେତୃତ୍ୱରେ କନସଲାଟଣ୍ଟ ବିଭୁଦା ବିଜୟଲକ୍ଷ୍ମୀ, ତୃପ୍ତି ମିଶ୍ର ଆସିଥିବା ବେଳେ ଜିଲ୍ଲା କାୟାକଳ୍ପ ପରିଚାଳକ ନିତ୍ୟରଞ୍ଜନ ବରାଳ, ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ ସୁରେନ୍ଦ୍ର କୁମାର ଷଢଙ୍ଗୀ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବଳରାମ ପ୍ରଧାନ କାୟାକଳ୍ପ ଟିମକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କୀୟ ସମସ୍ତ ତଥ୍ୟ ଏବଂ ବିବରଣୀ ପ୍ରଦାନ କରିଥିଲେ । ତେବେ ଡାକ୍ତରଖାନା ଗୁଡିକରେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପରିସ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତାକୁ ନିୟମିତ କରିବା ନିମନ୍ତେ କାୟାକଲ୍ପ ସମ୍ମାନ ଏବଂ ପୁରସ୍କାର ଅର୍ଥରାଶୀ ବ୍ୟବସ୍ଥା  ଥିବାରୁ କାୟାକଲ୍ପ ଟିମ ଚିହ୍ନିତ କରିଥିବା ସର୍ବଶ୍ରେଷ୍ଠ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୫ଓ ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା ଥିବା ବେଳେ ୨ୟ ପାଇଁ ୨୦ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ୧୦ଲକ୍ଷ ରହିଛି । ସେଇଭଳି ବାବେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୫ଲକ୍ଷ, ୨ୟ ପାଇଁ ୧୦ଲକ୍ଷ ଏବଂ ଅନ୍ୟ ମାନଙ୍କ ପାଇଁ ୧ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ରହିଛି । 

Leave A Reply

Your email address will not be published.