ଓଡଗାଁ କଲେଜର ପ୍ରତିକ୍ଷିତ ଏକାଡେ଼ମିକ ବ୍ଲକ ଓ ଲେଡ଼ିଜ ହଷ୍ଟେଲ ବିଲଡିଂ ପାଇଁ ଭିତ୍ତି ପକାଇଲେ ଅରୁଣ 

0 2

୩.୪୪  କୋଟି ଟଙ୍କା ବ୍ୟୟରେ  ନର୍ମାଣ ହେବ ଦୁଇଟି ଯାକ କୋଠା 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଆଜି ୩ କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକାଡେ଼ମିକ ବ୍ଲକ ଓ ଲେଡ଼ିଜ ହଷ୍ଟେଲ ବିଲଡିଂର ଭିତ୍ତିପ୍ରସ୍ତର ନୟାଗଡ଼ ବିଧାୟକ ତଥା କୃଷୀ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁଙ୍କ ଦ୍ୱାରା ସ୍ଥାପନ ସମ୍ପନ୍ନ ହୋଇଛି ।  ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନୟାଗଡ଼ ଜିଲ୍ଲାପାଳ ଡ ପୋମାଟୁଡୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ସମ୍ମାନୀତ ଅତିଥି ବାବରେ ଯୋଗ ଦେଇଥିଲେ । ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଉପସ୍ଥିତ ରହିଥିଲେ ।

ନୈସର୍ଗିକ  ପ୍ରାକୃତିକ ପରିବେଶ ମଧ୍ୟରେ ବାଲୁମୁଣ୍ଡିଆ କୋଳରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନଟି ଅତିତରେ ସ୍ଥାନୀୟ ଅଂଚଳକୁ ଗୈାରବ ମଣ୍ଡିତ କରିଛି । ପରିବର୍ଦ୍ଧିତ କଳେବର ତଥା ପରିବର୍ତ୍ତିତ ପରିସ୍ଥିତିରେ ଭିତ୍ତିଭୂମିର ଉନ୍ନତି ଆବଶ୍ୟକତା ରହିଥିବା ବେଳେ ଆଜି ଏହି କୋଠା ନିର୍ମାଣ ପାଇଁ ପଦକ୍ଷେପ ସକାଶେ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି | ଧିରେ ଧିରେ ଆବଶ୍ୟକୀୟ ଆବଶ୍ୟକ ଭିତିଭୁମୀ ବିକଶିତ  ହେଲେ ଏହା ଉତ୍କର୍ଷତାର ଶିଖର ଛୁଇଁପାରିବ ବୋଲି  ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ  କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ବୋଲି  ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିବା ସହ ମହାବିଦ୍ୟାଳୟର ଉନ୍ନତି ପାଇଁ ଆଉ କଣ କଣ ଆବଶ୍ୟକତା ରହିଛି ଆଉ କି କି ପ୍ରକାର ବିକାଶ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଡ଼ ଟୁଡୁ ଓ  ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । 

Leave A Reply

Your email address will not be published.