ରମାକାନ୍ତ ବିଶ୍ବାଳ/ସମ୍ବଲପୁର- ସଡକ ସୁରକ୍ଷା ଜୀବନ ରକ୍ଷା ଏହି ସ୍ଲୋଗାନ ନେଇ ଜନସଚେତନତା ସୄଷି କରିବା ପାଇଁ ସମ୍ବଲପୁର ଠାରେ ଆୟୋଜନ କରାଯାଇଥିଲା ସଚେତନତା ରଥ । ସମ୍ବଲପୁର ଠାରେ ଜିଲ୍ଲା ପ୍ରସାସନ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ଆୟୋଜନ ପରିପ୍ରେକ୍ଷୀରେ ବିଶେଷ ଜନଜାଗରଣ ପାଇଁ ବିଶେଷ ସଚେତନତା ରଥ ସହର ପରିକ୍ରମା କରିବାସହ ଲୋକଙ୍କୁ ସଚେତନ କରାଯିବା ପାଇଁ ପ୍ରୟାସ କରାଯାଇଛି
ସମ୍ବଲପୁର ଜିଲ୍ଲା ରେ ଲୋକଙ୍କୁ ସଡକ ସୁରକ୍ଷା ସଚେତନତା ସୄଷି ପାଇଁ ଜମରାଜ ଓଲ୍ଲାଇଲେ ରାଜରାସ୍ତାକୁ । ସଡକ ସୁରକ୍ଷା ସଚେତନତା ସପ୍ତାହ ରେ ଯମରାଜ ବେଶରେ କଳାକାର ବାହାରି ସଡକ ସୁରକ୍ଷା ନେଇ ସଚେତନ କରୁଛନ୍ତି ଲୋକଙ୍କୁ । ଜିଲ୍ଲା ପ୍ରସାସନ ତରଫରୁ ଜିଲ୍ଲାପାଳ ସୁଭମ ସକସେନା ପତାକା ଦେଖାଇ ଜିଲ୍ଲା ସ୍ତରୀୟ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ । ଏଥିସହ ସମ୍ବଲପୁର ପୋଲିସ ତରଫରୁ ମଧ୍ୟ ଜନଜାଗରଣ ପାଇଁ ବାଇକ ରାଲି ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା । ସୋଭାଯାତ୍ରାରେ ରେ ଯମରାଜ ବେଶରେ କଳାକାର ମାନେ ଲୋକଙ୍କୁ ହେଲମେଟ ବ୍ୟବହାର ସହ ସଡକ ସୁରକ୍ଷା ର ସବୁ ନିୟମ ମାନିଵାକୁ ସଚେତନ କରୁଥିବା ଦେଖିବାକୁ ମିଲିଥିଲା ।
http://www.youtube.com/watch?v=wdjc0COhg6s
ସମ୍ବଲପୁର ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଲନ ଅବସରରେ ମଦ୍ୟପାନ ଗାଡିଚାଳନା ବିରୋଧରେ କାଯ୍ୟାନୁଷ୍ଟାନ ସହ ସଡକସୁରକ୍ଷା ନିୟମ ଯେଭଲି ଲୋକେ ସଠିକ ଭାବରେ ପାଳନ କରିବେ ସେନେଇ ସ୍ୱତନ୍ତ୍ର ସଚେତନତା ଅଭିଯାନ କରାଯିବ ବୋଳି ସୂଚନା ଦିଆଯାଇଛି । ଏଥିସହ ସରକାରଙ୍କ ନୂତନ ମୋଟରଯାନ ଆଇନ କୁ ଆଗାମୀ ଦିନରେ କଡାକଡି ଭାବରେ ପାଲନ ସହ ଦୁର୍ଘଟଣା ଜନିତ ମୄତ୍ୟୁ କୁ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ ବୋଳି ଜିଲ୍ଲା ପ୍ରସାସନ କହିଛି । ସଡକ ସୁରକ୍ଷା ନେଇ ଜନଜାଗରଣ କେବଳ ଗୋଟିଏ ସପ୍ତାହ ରେ ସିମିତ ନ ରଖି ବର୍ଷ ସାରା ଏନେଇ ଅଭିଯାନ କଲେ ଯାଇ ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ବାସ୍ତବିକତା ରେ କାଯ୍ୟକାରି ହୋଇପାରିବ ।