କୃଷକ ବିରୋଧୀ ତିନି କଲା କୃଷି ଆଇନ ରଦ କରାଯାଉ

0 2

ଘରୋଇ କ୍ଷେତ୍ରରେ ସ୍ଥାନୀୟ ନିଯୁକ୍ତି ୮୦ ପ୍ରତିଶତ ସଂରକ୍ଷଣ ଦିଆଯାଉ.

ଝାରସୁଗୁଡା/ସୁବାସ ସାହାରେ :  ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ଝାରସୁଗୁଡା ଦ୍ୱାରା ଇତି ମଧ୍ୟରେ ୪ଟି ଶ୍ରମିକ ବିରୋଧୀ ଲେବର କୋଡ଼  ଓ ୩ଟି କୃଷି ବିରୋଧୀ ଆଇନ ସଂସଦରେ ବିନା ଭୋଟରେ ପାସ କରାଯାଇଛି। ତାର ପ୍ରତିବାଦରେ ଚାଷୀମାନେ ୫୩ ଦିନ ଧରି ଆନ୍ଦୋଳନ କରୁଛନ୍ତି । ଏହାକୁ ସମର୍ଥନ ଜଣାଇ ବିଭିନ୍ନ ଦାବି ନେଇ ଯଥା କୃଷକ ବିରୋଧୀ ତିନି କଲା କୃଷି ଆଇନ ରଦ କରିବା, ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାରୀ ଯୁବକଙ୍କୁ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯାଉ, ରାଜ୍ୟର ସମସ୍ତ ବେକାର ଯୁବକମାନଙ୍କୁ ଚାକିରୀ ଦିଆଯାଉ ନଚେତ ମାସିକ ୬୦୦୦ ଟଙ୍କା ସରକାରୀ ଭତ୍ତା ଦିଆଯାଉ, କରୋନା, ଜି.ଏସ୍.ଟି ଓ ବିମୁଦ୍ରାକରଣରେ ପ୍ରଭାବିତ ସମସ୍ତ ରୋଜଗାର ହରାଇଥିବା ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଉ ଓ ତାଲାବନ୍ଦ ସମୟର ସମସ୍ତ ଦରମା ଦିଆଯାଉ, ନିଳାଚଲ ଇସ୍ପାତ ନିଗମ ସମେତ କେନ୍ଦ୍ର ସରକାର ଅଧିନରେ ଥିବା କୋଇଲା, ବ୍ୟାଙ୍କ,ରେଲୱେ, ବୀମା ଓ ପ୍ରତିରକ୍ଷା ଉତ୍ପାଦନକୁ ଘରୋଇକରଣ ବନ୍ଦ କରାଯାଉ, ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କୋଭିଡ-୧୯ ଟିକା ଦିଆଯାଉ ଓ କୋଭିଡ-୧୯ ରେ ସଂକ୍ରମିତ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସଂକ୍ରମଣ ସମୟରେ ସମସ୍ତ ଚିକିତ୍ସା ସହିତ ଦରମା ମଧ୍ୟ ଦିଆଯାଉ, ଚାକିରୀ ପାଇଁ ପରିକ୍ଷା, ରାଜ୍ୟ ସଚିବାଳୟ, ଜିଲ୍ଲା, ବ୍ଲକ, ତହସିଲ, କୋର୍ଟ, କଚେରୀର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ହେଉ ଏହି ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ବିକ୍ଷୋଭ ଓ ସତ୍ୟାଗ୍ରହରେ ବସିଥିଲେ। ଏହି ସତ୍ୟାଗ୍ରହରେ ଆଇ.ଏନ.ଟି.ୟୁ.ସି ଜିଲ୍ଲା ସଭାପତି ମହେନ୍ଦ୍ର ନାଏକ, ୱ୍ଇ. ଆଇ.ଏନ.ଟି.ୟୁ.ସି ସଭାପତି ମହେନ୍ଦ୍ର ମିଶ୍ର,ସିଆରାମ ଦାସ, ଫକୀର ନାଏକ, ପ୍ରଶାନ୍ତ ତ୍ରିପାଠୀ, କୋଠାବାଡି ନିର୍ମାଣ ଶ୍ରମିକ ଆଇ.ଏନ.ଟି.ୟୁ.ସି ସଭାପତି ଅରୁଣ ସିଂହ, ମହେନ୍ଦ୍ର ତନ୍ତୀ ପ୍ରମୁଖଙ୍କ ସହିତ ସତାଧିକ ଶ୍ରମିକ ବସିଥିଲେ।

Leave A Reply

Your email address will not be published.