ନୂଆଗଡ ଗୋଲେଇ ଛକ ନିକଟରେ ମଟର ସାଇକେଲ ଦୁର୍ଘଟଣାରେ ଜଣେ ଆହାତ

20

ବ୍ୟାସନଗର(ଜୟଶଙ୍କର ଦାଶ)  କୋରେଇ ଥାନା ଅର୍ନ୍ତଗତ ନୂଆଗଡ ୨୦ନଂ ଜାତୀୟ ରାଜପଥର ଗୋଲେଇ ଛକ ନିକଟରେ  ଏକ ମଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ପଡିଥିଲା । ଯାଜପୁର ରୋଡ ଦମକଳ ବାହିନୀ  ଆହତ  ଯୁବକକୁ ଉଦ୍ଧାର କରି ଯାଜପୁର ରୋଡ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ବ୍ୟକ୍ତି ଜଣକ ହେଲେ କେନ୍ଦୁଝର  ଜିଲ୍ଲା ଘସିପୁରା ଥାନା ଅର୍ନ୍ତଗତ ଭଣ୍ଡାରିଡିହାର ତୋରଣିଆପାଳ ଗ୍ରାମର ଅମୂଲ୍ୟ ଲେଙ୍କା  । ସେ ଏକ ମଟର ସାଇକେଲରେ ଯାଜପୁର ରୋଡକୁ ଯାଉଥିବା ବେଳେ  ଅନ୍ୟ ଏକ ମଟର ସାଇକେଲ ତାଙ୍କୁ ପଛରୁ ପିଟିବା ଫଳରେ ଘଟଣାସ୍ଥଳରେ ଅମୂଲ୍ୟ ବାଇକରୁ ତଳେ ଘୋଷାଡ଼ି ହୋଇ ପଡିବା ଯୋଗୁଁ ତାଙ୍କ ଗୋଡ ଭାଙ୍ଗି ଯାଇଛି । ଯାଜପୁର ରୋଡର କ୍ଲବ୍ ଦି’ ୟୁଥ୍ ମାସର ସଂପାଦକ ରାଜେଶ ରାଉତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାରେ ସହଯୋଗ କରିବା ସଂଗେ ସଂଗେ ତାଙ୍କ ପରିବାର ଲୋକଙ୍କ ଏ ବିଷୟରେ ଅବଗତ କରାଇଥିଲେ । ଏହି ଗୋଲେଇ ଛକଟି ତୃଟିପୂର୍ଣ୍ଣ ଭାବରେ ନିର୍ମାଣ ହୋଇ ୪ ଟି ରାସ୍ତାକୁ ସଂଯୋଗ କରୁଥିବାରୁ ଦୈନିକ ଛୋଟ ବଡ ଦୁର୍ଘଟଣା  ମାନ ଘଟୁଛି । 

Leave A Reply

Your email address will not be published.