ବ୍ରହ୍ମପୁର ଚୋର ପଶ୍ଚିମ ଓଡିଶା ରେ ସକ୍ରିୟ

0 2

ଟୋଲ ଗେଟ ସୁରକ୍ଷା  ପରିଚାଳନା ଅବହେଳା ଯୋଗୁଁ ୨ଲକ୍ଷ ଲୁଟ ସଫଳ

ଚାଷିର ଧାନ ବିକ୍ରି  ଦୁଇ ଲକ୍ଷ ଟଙ୍କା  ଡ଼ିକି ତାଡି  ଲୁଟ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)  :  କତରବଗା ଥାନା ଲଇଡା ଅଞ୍ଚଳ  ମରାପତରା ପାହାଡ଼ପାଲି ଗ୍ରାମ ର ଚାଷୀ  ପ୍ରମୋଦ କୁମାର ପଟେଲ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ରେଙ୍ଗାଲି ଶାଖା ରୁ ନିଜ ଧାନ ବିକ୍ରୟ ଟଙ୍କା ବ୍ୟାଙ୍କ ରୁ କାଢ଼ି ଘରକୁ ଫେରିଲାବେଳେ ପାଣି ପିଇବା ପାଇଁ ରେଙ୍ଗାଲି ବସଷ୍ଟାଣ୍ଡ ରେ ମଟର ସାଇକେଲ ଓ.ଆର.୧୫.ଏସ.୧୬୪୦ ହେରାହୋଣ୍ଡା    ପେସନ-ପ୍ରୋ ରଖି ଦୋକାନ ପଟକୁ ଯିବା ସମୟରେ ଦୁର୍ବୃତ୍ତ ମାନେ ତାଙ୍କ ମଟରସାଇକେଲ ଡ଼ିକି ତାଡି ନୀଳ ରଙ୍ଗ ର ଜରିବ୍ୟାଗ ନେଇ ପଳେଇଥିଲେ। ଯଉଥିରେ ଉକ୍ତ ଚାଷୀଙ୍କ କଷ୍ଟ ଉପାର୍ଜନ ଧନ ନେଇ ପଳେଇଥିଲେ l ସଂଯୋଗ ବଶତଃ  ସାମ୍ବାଦିକ ଶ୍ରୀ ଅଙ୍କିତ ସାହୁ, ଏଡିଟର  ଜସ୍ମିନ ମିଶ୍ର ଓ କ୍ୟାମେରା ମେନ କାର ରେ ସେହି ସମୟରେ ସେହି ବାଟ ଦେଇ ଘରକୁ ଫେରୁଥିଲେ ପୀଡିତ ବ୍ୟକ୍ତି ରାସ୍ତାରେ ଚୋର ଚୋର ବୋଲି ପାଟିକରୁଥିବା ଦୌଡୁଥିବା ଦେଖି ତାଙ୍କୁ ନିଜ କାର ରେ ବସାଇ ଦୁର୍ବୃତ୍ତ ମାନଙ୍କୁ ପିଛା କରିଥିଲେ ଓ ରେଙ୍ଗାଲି ପୋଲିସ କୁ ଖବର ଦେଇଥିଲେ, ରେଙ୍ଗାଲି ପୋଲିସ ପ୍ରଧାନ ପାଲି ରେ ଥିବା ଏଲ. ଏଣ୍ଡ. ଟି ଟୋଲ ଗେଟ କୁ ଜଣେଇଥିଲେ ମଧ୍ୟ୍ୟ ଟୋଲଗେଟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଦୁର୍ବୃତ୍ତ ମାନେ ଖସି ପଳେଇଥିଲେ ଓ ପିଛା କରୁଥିବା ସାମ୍ବାଦିକ ଗାଡି ଗେଟ ବ୍ୟାରିକେଟ ଅବରୋଧ ରେ ଅଟକି ଯାଇଥିଲେ ଓ ଗେଟ ଖୋଲିବା ପରେ ସମ୍ବଲପୁର ଅଇଁଠାପାଲି ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ୍ୟ ଦୁର୍ବୃତ୍ତଙ୍କ ଦେଖା ପାଇନଥିଲେ l

Leave A Reply

Your email address will not be published.