ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼  ଟୀକାକରଣ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କ କୋଭିଡ଼ ଟୀକାକରଣ ନିୟମାବଳୀ ଅନୁଯାୟୀ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା।ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ମୋହନ ହେମ୍ବ୍ରମଙ୍କ  ପ୍ରତ୍ୟେକ ତତ୍ତ୍ୱାବଧାନରେ ଟୀକାକରଣ ଶିବିର ଆୟୋଜନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ଏହି ଶିବିରକୁ ଉଦ୍ଘାଟନ କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ,  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରମେଶ ସେଠୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ଉଦଘାଟନ କରିବା ସହ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କ ମନୋବଳ ବଢାଇବା ସହ କରୋନା ସମୟରେ ସେମାନଙ୍କ ନିଃସ୍ୱାର୍ଥପର ସେବା ଲାଗି ପ୍ରଶଂସା କରିଥିଲେ।ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ମୋହନ ହେମ୍ବ୍ରମ ଟୀକା ନେଇ ଅନ୍ୟ ମାନଙ୍କୁ ନିର୍ଭୀକ ଭାବେ ସ୍ବଦେଶୀ ଟୀକା ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ।

ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମନଦର୍ଶୀନୀ ମିଶ୍ର ଶିବିର ପରିଚାଳନା କରିବା ସହ ବ୍ୟକ୍ତିଗତ ଭାବେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସେମାନଙ୍କ କରୋନା ଯୁଦ୍ଧରେ ଅବଦାନ ଲାଗି ଧନ୍ୟବାଦ ପ୍ରଦାନ କରିବା ସହ ଟୀକା ନେବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିଥିଲେ। ଶିବିରରେ ପ୍ରସନଜିତ ଦାସ,ସନ୍ତୋଷ ବିଶ୍ୱାଳ,ସାଗରିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.