ବହୁ ଦିନର ଅପେକ୍ଷା ପରେ କୋଭିଡ଼-୧୯ ଟୀକାକରଣ ଆରମ୍ଭ ।

0 2

 ମାଲକାନଗିରି  (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲାରେ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୩୬୦୦ ଜଣ ସ୍ବାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କର ମାନଙ୍କୁ ଏହି ଟିକା ଦିଆଯିବ ବୋଲି ଜିଲ୍ଲାପାଳ ୱାଇ ବିଜୟ ସୁଚନା ଦେଇଛନ୍ତି । ତେବେ ଆଜି ପ୍ରଥମ ଦିନରେ ଜିଲ୍ଲା ସଦର ଚିକିତ୍ସାଳୟ ସହ କୋରୁକୋଣ୍ଡା ଓ ମାଥିଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଟିକା ଦିଆଯିବାର ବ୍ୟାବସ୍ତା କରାଯାଇଛି । ପ୍ରତ୍ୟେକ ସ୍ତାନରେ ୧୦୦ ଲେଖାଏ ଆଜି ଟିକା ନେଇ ପାରିବେ ଏଥିପାଇଁ ପୁର୍ବରୁ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରଥମେ ଏହି କୋଭିଡ଼ ଟିକା ନେଇଛନ୍ତି । ଗତ ଦଶ ମାସ ଧରି କରୋନା ରୋଗିଙ୍କ ଚିକିତ୍ସା କରୁଥିବା ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଟିକା ନେବା ପରେ କହିଛନ୍ତି ଯେ ଏହାର କୌଣସି ପାର୍ଶ୍ୱ  ପ୍ରତିକ୍ରିୟା ନାହି | ତେଣୁ ଅନ୍ୟ ମାନଙ୍କୁ ମଧ୍ୟ ଏହି ଟିକା ନେବା ଲାଗି ସେ ପରାମର୍ଶ ଦେଇଛନ୍ତି । ଟିକା ନେବା ପରେ ସେହି ଜାଗା ଲାଲ୍ ହୋଇପାରେ ତାଙ୍କୁ ଜ୍ବର ମଧ୍ୟ ହୋଇପାରେ ହେଲେ ଏଥିରେ ବିଚଳିତ ହେବାର କିଛି ନାହି ବରଂ ଟିକା ଠିକ୍ ଭାବେ ତାହାର କାର୍ଯ୍ୟ ଆରମ୍ଭ କରିଛି ବୋଲି ଭାବିକୁ ପଡିବ ବୋଲି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

 

Leave A Reply

Your email address will not be published.