ବରଗଡ଼ :- ଗୋଟେ ସୁନ୍ଦର ଘର ସମସ୍ତଙ୍କର ସ୍ବପ । ଧନୀ ହେଉକି ଗରିବ ସମସ୍ତେ ନିଜ ଘରେ ରହିବାକୁ ସୁରକ୍ଷିତ ମନେ କରନ୍ତି । କିନ୍ତୁ ଆଜିବି ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଜାଗା କିମ୍ବା ଅର୍ଥ ଅଭାବରୁ ନିଜର ଏହି ମୂଲ୍ୟବାନ ସ୍ୱପ୍ନକୁ ପୂରଣ କରି ପାରୁନଥିଲେ । କିନ୍ତୁ ବିଗତ କିଛି ବର୍ଷ ହେଲା ସରକାରଙ୍କର ଗ୍ରାମୀଣ ଆବାସ କାର୍ଯକ୍ରମ ଆରମ୍ଭ ହେବା ପରଠାରୁ ଗରିବ ଲୋକଙ୍କର ନିଜ ଘରର ସ୍ୱପ୍ନ ପୂରଣ ହେବାରେ ଲାଗିଛି । ରାଜ୍ୟ ସରକାର ଙ୍କର ନିଜସ୍ବ ବିଜୁ ପକ୍କା ଘର ଯୋଜନା ଓ ରାଜ୍ୟ ତଥ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ପକ୍କା ଯୋଗାଇ ଦିଆଯାଉଛି ।ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମୀଣ ଆବାସ ନିର୍ମାଣ ରେ ଓଡ଼ିଶା ସରକାର ବହୁଥର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇ ଆସୁଛନ୍ତି । ରାଜ୍ୟସ୍ତରରେରେ ଅଧିକାରୀ ମାନଙ୍କର ସଠିକ ଦେଖରେଖ ଓ ତୃଣମୂଳ ସ୍ଥରରେ ଅଧିକାରୀମାନଙ୍କର କଠୋର ପରିଶ୍ରମ ଯୋଗୁ ଏ ସଫଳତା ଓଡିଶା ପାଇବା ସମ୍ଭବ ହୋଇପାରିଛି । ଗତ ଡିସେମ୍ବର ପଚିଶ ତାରିଖ ସୁଦ୍ଧା ଏକ ନିର୍ଦିଷ୍ଟ ପରିମାଣରେ ଘର କାମ ସମ୍ପୂର୍ଣ୍ଣ କରି ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ବ୍ଲକକୁ ଟାର୍ଗେଟ ଦିଆ ଯାଇଥିଲା । ସବୁ ଜିଲ୍ଲାର ବିଡ଼ିଓ ମାନେ ଏହି ଅଦେଶକୁ ମହତ୍ୱଦେଇ ଟାର୍ଗେଟ ପୂରଣ କରିବା ପାଇଁ ଲାଗିପଡିଥିଲେ । ହେଲେ ବରଗଡ଼ ଜିଲ୍ଲାର କେବଳ ଝାରବନ୍ଧ ବ୍ଲକ ତାଙ୍କୁ ପ୍ରଦାନ କରାଯାଇଥିବା ଟାର୍ଗେଟରୁ ଅଧିକ ଘର କାମ ସମ୍ପୁର୍ଣ୍ଣ କରି ହିତାଧିକାରୀ ଗୃହ ପ୍ରବେଶ କରାଇବାରେ ସକ୍ଷମ ହୋଇ ପାରିଥିଲେ । ଝାରବନ୍ଧ ବିଡ଼ିଓ ଶ୍ରୀ ରୁନୁ ଲାକ୍ରାଙ୍କର ବଲିଷ୍ଠ ନେତୃତ୍ୱ ରେ ଗ୍ରାମୀଣ ଆବାସ ଦେଖରେଖ ପାଇଁ ନିୟୋଜିତ କର୍ମଚାରୀ ମାନେ ଦିନରାତି ପରିଶ୍ରମ କରି ରାଜ୍ୟରୁ ଦିଆଯାଇଥିବା ପାଞ୍ଚଶହ ଘରର ଟାର୍ଗେଟ ପାର କରି ପାଞ୍ଚଶହନଅ ଗୋଟି ଘର ସଫଳତାର ସହିତ ସମ୍ପୂର୍ଣ୍ଣ କରାଇ ପାରିଥିଲେ । ବିଡ଼ିଓ ଶ୍ରୀ ଲାକ୍ରା ନିଜେ ପ୍ରତ୍ୟେକ ଦିନ ଭୋରରୁ ବାହାରି ବିଭିନ୍ନ ହିତାଧିକାରୀଙ୍କ ପାଖକୁ ପହଂଚି ସେମାନେ କରିଥିବା କାମର ତଦାରଖ କରୁଥିଲେ ଓ ଆବଶ୍ୟକତା ମୁତାବକ ନିର୍ଦେଶ ମଧ୍ୟ ଦେଉଥିଲେ । ତାଙ୍କର ଭଲ ବ୍ୟବହାର ଓ କଥାବାର୍ତ୍ତା କରିବା ଶୈଳୀରେ ହିତାଧିକାରୀ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ କାର୍ଯ୍ୟ କରିବାର ପ୍ରେରଣା ପାଉଥିଲେ ଓ ଘରକାମ କ୍ଷିପ୍ର ଗତିରେ କରିଥିଲେ । ଶ୍ରୀ ଲାକ୍ରା ଓ ତାଙ୍କର ଟିମର ପ୍ରତ୍ୟେକ ସଦସ୍ୟଙ୍କର କଠୋର ପରିଶ୍ରମର ଫଳ ଟାର୍ଗେଟ ଠାରୁ ଉର୍ଦ୍ଧ୍ବ ଘର ସମ୍ପୂର୍ଣ୍ଣ କରି ରାଜ୍ୟ ସରକାରଙ୍କ ଡ଼ାଇରେକ୍ଟର ସ୍ପେସିଆଲ ପ୍ରୋଜେକ୍ଟ ଶ୍ରୀ ଅରିଂଦମ ଡାକୁଆ ଙ୍କର ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଛନ୍ତି ବ୍ୟକ୍ତିଗତ ଭାବରେ ।
Sign in
Sign in
Recover your password.
A password will be e-mailed to you.