୭ ଦିନରେ ସଂକ୍ରମିତ ହେଲେ ୫୪ ଜଣ ଛାତ୍ରଛାତ୍ରୀ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ବିଦ୍ୟାଳୟ ଖୋଲିବାର ସାତ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ୫୪ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟ ୨୨ ଜଣ କୋରୋନା ପଜିଟିଭ ଥିବା ଜଣାଯାଇଛି। ଏ ମଧ୍ୟରୁ ୧୩ ଜଣ ନର୍ସିଂ ସ୍କୁଲ ଛାତ୍ରୀ ଓ ଅନ୍ୟାନ୍ୟ ୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଛନ୍ତି। ତେବେ କର୍ତ୍ତୃପକ୍ଷଙ୍କ ତରଫରୁ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଆସିବାକୁ ବାରଣ କରାଯାଇଛି। ସେମାନେ ଏବେ ଘରେ ସଙ୍ଗରୋଧରେ ରହିବେ। ଆଗାମୀ ଦିନରେ ପ୍ରଶାସନ ବିଦ୍ୟାଳୟମାନଙ୍କୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ମାସ୍କ ତଥା ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଥିବା  ସୂଚନା ମିଳିଛି।

Leave A Reply

Your email address will not be published.