ଝାରସୁଗୁଡ଼ା (ସୁଭାଷ ସହାରେ) :ଝାରସୁଗୁଡ଼ା ପୋଲିସ ବିଭାଗକୁ ୧୦ଟି ସ୍କୁଟି ଦାନ କରିଛନ୍ତି ହିରୋ ଅଟୋମୋବାଇଲ କମ୍ପାନୀ। ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଝାରସୁଗୁଡ଼ାସ୍ଥିତ ହିରୋ ଅଟୋମୋବାଇଲ କମ୍ପାନୀର ଝାରସୁଗୁଡ଼ା ଶୋରୁମ ବିଜୟଲକ୍ଷ୍ମୀ ଅଟୋମୋବାଇଲସର ମାଲିକ ଅରୁଣ ମୁନ୍ଦ୍ରା ଝାରସୁଗୁଡ଼ା ଜିଲ୍ଲାର ନୂତନ ଏସ ପି ବିକାଶ ଚନ୍ଦ୍ର ଦାସଙ୍କୁ ସ୍କୁଟି ଚାବି ପ୍ରଦାନ କରିଥିଲେ। ଝାରସୁଗୁଡ଼ାର ରିଜିଓନାଲ ରିଜର୍ଭ ପୋଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ା ରିଜିଓନାଲ ରିଜର୍ଭ ପୋଲିସ୍ କାର୍ଯ୍ୟାଳୟର ଇନ୍ସପେକ୍ଟର ଶ୍ରୀ ନୀଳାମ୍ବର ସ୍ବାଇଁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ମିଶାଇ କମ୍ପାନୀ ଏଯାଏଁ ରାଜ୍ୟର ବିଭିନ୍ନ ପୋଲିସ୍ ଷ୍ଟେସନକୁ ୫୨୨ଟି ସ୍କୁଟି ପ୍ରଦାନ କରି ସାରିଛି।
Sign in
Sign in
Recover your password.
A password will be e-mailed to you.
Next Post