ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ବାହିନୀର ମିଳିତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବଟକୃଷ୍ଣ ଦାସ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ବିଜୟ ଚନ୍ଦ୍ର ମହାପାତ୍ର ଆୟବ୍ୟୟ ବିବରଣୀ ପାଠ କରିଥିଲେ।ସାମୁହିକ ଓଁ କାର ମନ୍ତ୍ର ପାଠ ସହ ବୈଠକର ଶୁଭାରମ୍ଭ କରାଯାଇଥିଲା।ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ବର୍ତ୍ତମାନ ସମୟରେ ମନୁଷ୍ୟର ଷୋଡଶ ସଂସ୍କାର ଉପରେ ନିଜର ମତବ୍ୟକ୍ତ କରିଥିଲେ।ମାନବ ସମାଜର ମନୁଷ୍ୟ କିଭଳି ନିଜ ସଂସ୍କାରକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତି କୁ ଆପଣେଇ ବିଭିନ୍ନ କୁସଂସ୍କାର ଭିତରେ ପ୍ରବେଶ କରିଚାଲିଛି ଏହା ଶୁଭ ଲକ୍ଷଣ ନୁହଁ ଏଣୁ ଆମକୁ ସଂସ୍କାରିତ ହେବାକୁ ପଡିବ ମନୁଷ୍ୟ ସମାଜର ଶ୍ରେଷ୍ଠ ପ୍ରାଣୀ ଭାବରେ ନିଜର ବୁଦ୍ଧି ବିକେକର ଉପଯୋଗ କରି ସମାଜକୁ ଆଗକୁ ନେବା ସହ ଶ୍ରେଷ୍ଠ ସମାଜ ଗଠନ କରିବା ଭୂମିକା ନେବା ଆବଶ୍ୟକ।ଉକ୍ତ ବୈଠକରେ ବ୍ରାହ୍ମଣ ସମାଜର ଯୁବ ସଂଗଠନ ପର୍ଶୁରାମ ବାହିନୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ରାଜେନ୍ଦ୍ର ମହାପାତ୍ର,ରବିନ ପାଢ଼ୀ,ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମିତି ପକ୍ଷରୁ ପ୍ରସ୍ତୁତ ଚଳିତ ବର୍ଷର କ୍ୟାଲେଣ୍ଡର ଉନଚିତ କରିଥିଲେ । ଶେଷରେ ସାମୁହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.