ବରଗଡ଼:-ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶର ନୃସିଂହନାଥ ନିକଟସ୍ଥ ଗୁପ୍ତେଶ୍ୱର ପୀଠ ଠାରେ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଡିଗ୍ରୀଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ପରିଚାଳନା କରିଥିଲେ।ସଭାପତିତ୍ବ ଭାଷଣ ଅବସରରେ ସାମ୍ବାଦିକ ସାହୁ ଗୁପ୍ତେଶ୍ୱର ପୀଠର ତଥ୍ୟ ଭିତ୍ତିକ କଥାବସ୍ତୁକୁ ଉପସ୍ଥାପନା କରିଥିଲେ।ମୁଖ୍ୟ ଅତିଥି ରୂପେ ଜର୍ଜଗଡ(ଆଦିବାସୀ ଓ ହରିଜନ)ସେବାଶ୍ରମ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ନାୟକ, ମୁଖ୍ୟବକ୍ତା ଭାବେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା,ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ଯବାନ ଡିଲେଶ୍ୱର ବଢ଼େଇ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯୋଧନ ପୁଟା,ସାମ୍ବାଦିକ ହେମନ୍ତ ସାହୁ ଓ ନୀଳମଣି ଦୀପ ପ୍ରମୁଖ ଯୋଗଦେଇ ମକର ମିଳନ ଉତ୍ସବ ଉପରେ ଆଲୋକପାତ କରି ଥିଲେ।ଗୁପ୍ତେଶ୍ୱର ପୀଠର ଉନ୍ନତି କରଣ ତଥା ବିକାଶ ଦିଗରେ ଆଗଭର ହୋଇ ଆଗେଇ ଆସିବା ସହ ନୃସିଂହନାଥ ତୀର୍ଥକ୍ଷେତ୍ର ସହ ଏହି ଗୁପ୍ତେଶ୍ୱର ପୀଠର ସଂଯୋଗି କରଣ ରାସ୍ତା ନିର୍ମାଣ କରାଯାଇ ଉନ୍ନତି କରାଗଲେ ଏହି ପୀଠର ବିକାଶ ଧାରା ଆଗେଇବା ସହ ପର୍ଯ୍ୟଟକ ମାନଙ୍କ ବଣଭୋଜି ସ୍ଥଳର ମୁଖ୍ୟ କେନ୍ଦ୍ର ରୂପେ ପରିଗଣିତ ହୋଇପାରନ୍ତା ବୋଲି ବୈଠକରେ ମତପ୍ରକାଶ ପାଇଥିଲା।ଆଗାମୀ ଦିନରେ ଏହି ପୀଠର ଉନ୍ନତି ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା।ଆଜି ଉତ୍ସବ ପାଳନ ସହ ହୋମଯଜ୍ଞ କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରିୟବ୍ରତ ଆର୍ଯ୍ୟଙ୍କ ସମ୍ପାଦନାରେ ପୂଜାକର୍ତ୍ତା ଭାବେ ନବୀନ ସାହୁ ଓ ଧର୍ମପତ୍ନୀ ଜୟନ୍ତୀ ଦେବୀ ଦାୟିତ୍ଵ ତୁଲାଇଥିଲେ। ଗୁପ୍ତେଶ୍ୱର ପୀଠର ପରିଚାଳନା କମିଟି ସଭାପତି ଅନନ୍ତ ରାମ ଧରୁଆ ସମେତ ପୁଝାରୀ ଅନିରୁଦ୍ଧ ମଲ୍ଲିକ, ସାମ୍ବାଦିକ କୁଞ୍ଜ ବିହାରି ସାହୁ,ସୁଶ୍ରୀ କାନ୍ତି ସାହୁ,ଗୌତମ ରାଉତ,ସନ୍ତୋଷ ପୁଞ୍ଜି,କୁମୁଦ ରଞ୍ଜନ ସାହୁ,ବିକ୍ରମ ସରାଫ ପ୍ରମୁଖ ଉକ୍ତ ସମସ୍ତ କାର୍ଯ୍ୟକ୍ରମର ଦାୟିତ୍ଵ ନିର୍ବାହ କରିଥିଲେ।
Sign in
Sign in
Recover your password.
A password will be e-mailed to you.