ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାର କାଟେକାଲିଆନ୍ ପୋଲିସ୍ ଷ୍ଟେସନ ଅଞ୍ଚଳର ଚିକପାଲ୍ ଏବଂ ମାରଜୁମ୍ ଜଙ୍ଗଲରେ ସକାଳେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ଘୋଷଣା କରାଯାଇଥିବା ନକ୍ସଲ ସୁରକ୍ଷାବଳଙ୍କ ଗୁଳି ରେ ନିହତ ହୋଇଛି । ଯବାନମାନେ ମୃତ ନକ୍ସଲ ଶରୀର ସହିତ ଏକ ଅସ୍ତ୍ର ମଧ୍ୟ ଉଦ୍ଧାର କରିଛନ୍ତି।ଦାନ୍ତେୱାଡା ଏସ.ପି ଡ଼.ଅଭିଷେକ ପଲ୍ଲାଭ କହିଛନ୍ତି ଯେ ଗୁପ୍ତ ସୂତ୍ରରୁ ପୋଲିସ କୁ ନକ୍ସଲମାନଙ୍କ ଉପସ୍ଥିତି ର ସୂଚନା ମିଳିଥିଲା ଚିକପାଲ ଏବଂ ମାରଜୁମ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଡି.ଆର.ଜି ଏବଂ ସି.ଏ.ଏଫ ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଲା । ନକ୍ସଲମାନେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ନିମନ୍ତେ ସେହି ସ୍ଥାନ ରେ ପାଞ୍ଚ କିଲୋ ଓଜନ ବିଶିଷ୍ଟ 3 ଟି IED ବୋମା ବିଛାଇ ଥିଲେ କିନ୍ତୁ ଯବାନମାନେ ଏହାର ସନ୍ଧାନ ପାଇବା ପରେ 3ଗୋଟି ବୋମା କୁ ଉଦ୍ଧାର କରିଥିଲେ ଏହା ସହିତ ଯବାନମାନେ ମଧ୍ୟ ଅନେକ ମିଟର ଲମ୍ବା ଇଲେକ୍ଟ୍ରିକ୍ ତାରକୁ ଉଦ୍ଧାର କରିଥିଲେ | ନକ୍ସଲମାନଙ୍କ ଜିନିଷପତ୍ର ଉଦ୍ଧାର କରିବା ପରେ ଯବାନମାନେ କ୍ରମାଗତ ଭାବରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଉଥିଲେ। ଏହି ସମୟରେ ଆଜି ସକାଳ ପ୍ରାୟ 06: 30 ସମୟ ରେ ନକ୍ସଲମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣକୁ ଦେଖି ଯବାନମାନେ ମଧ୍ୟ ଆତ୍ମରକ୍ଷା ପାଇଁ ନକ୍ସଲ ମାନଙ୍କ ଉପର କୁ ଜୋରଦାର ଗୁଳି ଚାଲାଣ କରିଥିଲେ ଏହି ଗୁଳି ଚାଲାଣ ରେ ଜଣେ ନକ୍ସଲ ଘଟଣାସ୍ଥଳରେ ନିହତ ହୋଇଥିଲା ଯବାନମାନଙ୍କୁ ଭାରି ପଡ଼ିଥିବାର ଦେଖି ନକ୍ସଲମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ପଳାୟନ କରିଥିଲେ । ଏହା ପରେ ଯବାନମାନେ ଘଟଣାସ୍ଥଳରେ ନିହତ ହୋଇଥିବା ନକ୍ସଲର ମୃତଦେହ ଉଦ୍ଧାର ସହ 9 ମିଲିମିଟର ପିସ୍ତଲ ମଧ୍ୟ ଉଦ୍ଧାର କରିଥିଲେ। ନିହତ ନକ୍ସଲାଇଟ୍ କାଟେକାଲିଆନ୍ କମିଟିର ସଦସ୍ୟ ହିଡମା ମୁଚାକି ବୋଲି ଜଣାପଡିଛି। ଯାହା ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post