ସ୍ନାତକ ମହିଳା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ କୋଭିଡ୍ ଗାଇଡ୍ ଲାଇନ୍ ର  ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳିତ ହୋଇଯାଇଛି । 

ଏହି ଦିବସ ସମଗ୍ର ଭାରତ ବର୍ଷରେ ଜାତୀୟ ଯୁବ ଦିବସ ଭାବେ ବିଦିତ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନିଜ ଅଭିଭାଷଣରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ତଥା ତାଙ୍କ ବାଣୀ ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନର ଯୁବପିଢି ମାନଙ୍କୁ ତାଙ୍କର ଏହି ମାର୍ଗ ଅନୁସରଣ କରିବା ପାଇଁ କହିଥିଲେ। 

ସେହିଭଳି NSS  ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀ ମଧ୍ୟ ସ୍ୱାମୀଜୀଙ୍କ ସହ ରାମକୃଷ୍ଣ ପରମହଂସଙ୍କ  ସମ୍ପର୍କ ଓ ରାମକୃଷ୍ଣ ମିଶନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର  ଛାତ୍ରୀବୃନ୍ଦ ଓ କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରାଜେଶ କୁମାର ପାତ୍ର ଓ ଏଲ: ଅଶୋକ କୁମାର ପରିଚାଳନା କରିଥିଲେ ।

Leave A Reply

Your email address will not be published.