“ମାହାଙ୍ଗା ଡବଲ ମର୍ଡର ପଛର କାରଣ ଦଳିତ ନିର୍ଯାତନା” 

0 1

ଦଳିତ ନିର୍ଯାତନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ଘେରିଲେ ଜାତୀୟ ଦଳିତ ଆଦିବାସୀ ମହାସଂଘ

ଭୁବନେଶ୍ୱର /କଟକ (ଶାସକ ପ୍ରଶାସକ): ମାହାଙ୍ଗା ଡବଲ ମର୍ଡର ବ୍ୟକ୍ତିଗତ ଶତ୍ରୁତା କାରଣରୁ ହୋଇଛି ବୋଲି ନିଜେ ଅଭିଯୁକ୍ତ ସ୍ୱୀକାର କରିବା ପରେ ମାମଲା ନୂଆ ମୋଡ ନେଉଥିବା ବେଳେ  ମାମଲାରେ ରାଜନୀତି ରଙ୍ଗ ଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛନ୍ଦିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ଏବେ ସନ୍ଦେହ କନସାଧାରଣରେ ଘନୀଭୂତ ହେବାରେ ଲାଗିଛି | ଏ ଡବଲ ମର୍ଡର ଦଳିତ ପରିବାରକୁ ଲଗାତାର ନିର୍ଯାତନାର ଚରମ ପରିଣତି ବୋଲି ନିଜେ ଅଭିଯୁକ୍ତ ଓ ତା ମାଙ୍କ ବୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିବା ବେଳେ ଅଯଥାରେ ମାମଲାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନାମ ଯୋଡି ତାଙ୍କୁ ବଦନାମ କରାଯାଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି | ଅପରପକ୍ଷରେ ଜାତୀୟ ଦଳିତ ଆଦିବାସୀ ମହାସଂଘ ମଧ୍ୟ ଏ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି | ମହାସଂଘର ଏକ ପ୍ରତିନିଧି ମଣ୍ଡଳ ମାହାଙ୍ଗା ଗସ୍ତ କରି ଗିରଫ ଅଭିଯୁକ୍ତର ପରିବାରକୁ ଭେଟି ସରଜମିନ ଅନୁଧ୍ୟାନ କରିଥିଲେ | ଲଗାତାର ଭାବେ ମୃତ କୁଳମଣି ବରାଳ ଓ ତାଙ୍କ ପରିବାରର ଲୋକଙ୍କ ଦ୍ୱାରା ଅତ୍ୟାଚାର ଓ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଅଭିଯୁକ୍ତ ଏହି ଡବଲ ମର୍ଡର ଭିଆଇଛି ବୋଲି ହୃଦବୋଧ ହୋଇଥିବା ମହାସଂଘର ସଦସ୍ୟମାନେ କହିଥିଲେ | ତେଣୁ ହତ୍ୟା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ହତ୍ୟାର ମୁଖ୍ୟ କାରଣ ଦଳିତ ନିର୍ଯାତନାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ଗତକାଲି କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିବା ସହ  ୩ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । 

ଏସପିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ, ବାଙ୍କୀ, ସାଲେୁର, ମାହାଙ୍ଗା, କିଶନନଗର ଥାନା ମାନଙ୍କରେ ଅନୁସୂଚିତ ଜାତି ଅତ୍ୟାଚାର ମାମଲା ଦିନକୁ ଦିନ ବଢିବାରେ ଲାଗୁଛି ଏପରିଙ୍କ ହତ୍ୟା, ଦୁଷ୍କର୍ମ, ଆକ୍ରମଣ, ଘଟଣାରେ ନ୍ୟାୟ ପାଇବା ପାଇଁ ମାସ ମାସ ଧରି ବିତିଯାଉଛି । ସେହିପରି ଅନୁରୂପ ଭାବେ ମାହାଙ୍ଗା ଥାନା ଅଧିନସ୍ଥ  ଜଙ୍କୋଟି ଗ୍ରାମର ମାତାଜୀ ସେଠୀଙ୍କ ପରିବାର ଉପରେ ଗତ ୨୭.୧୨.୨୦ତାରିଖରେ ରାତି୧୧ଟା ସମୟରେ ସବର୍ଣ୍ଣ ଗୋଷ୍ଠୀର ରମାକାନ୍ତ ବରାଳ, ରଞ୍ଜିତ ବରାଳ ଓ  ସେମାନଙ୍କ ସହଯୋଗୀ ମିଶି ମାତାଜୀ ସେଠୀଙ୍କ ଘର ଭିତରେ ପଶି ଆକ୍ରମଣ ସହିତ ଦୁର୍ବବ୍ୟବହାର କରିବାକୁ ପଛେଇ ନଥିଲେ | ଏପରିକି ତାଙ୍କ ପୁଅଙ୍କୁ ବିଚ ରାସ୍ତାରେ ଘୋଷାଡି ଉଲଗ୍ନ କରି ପିଟିବା ଘଟଣାକୁ ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା ପରେ ପୋଲିସ ଠାରୁ ନ୍ୟାୟ ନପାଇବାରୁ ଡବଲ ମର୍ଡର ଭଳି ଦୁଖଃଦ ଅଘଟଣ  ଘଟିଥିବା ଯାହାକି ସ୍ଥାନୀୟ ପ୍ରଶାସନର ପାରିବା ପଣିଆ ସ୍ପଷ୍ଟ ବାରି ହୋଇପଡୁଛି । ଏପରିକି ମାତାଜୀ ସେଠୀ ନିର୍ଯାତନାର ଶିକାର ହେବା ପରେ ନିଜ ଘର ଛାଡି ଭୟଭୀତ ଅବସ୍ଥାରେ ବାରଦୁଆର ବୁଲୁଛନ୍ତି | ଉକ୍ତ ଘଟଣା ସମ୍ବନ୍ଧରେ ଥାନା ଅଧିକାରୀ, ଏସଡିିପିଓ ସାଲେପୁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳିପାରିନାହିଁ । ଏହାର ପରିଣାମ ସ୍ୱରୂପ ଅଭିକୁକ୍ତ ମାନେ ଖୋଲାଖୋଲି ବୁଲିବା ସହିତ ମାମଲା ପ୍ରତ୍ୟାହାର କରିବା ନିମନ୍ତେ ଧମକ ଦେଉଛନ୍ତି ।

ମାତାଜୀ ସେଠୀ ପରିବାର ଉପରେ ବର୍ବର ଆକ୍ରମଣ ଘଟଣାରେ ମୁଖ୍ୟ ଅଭିୁଯୁକ୍ତମାନଙ୍କୁ ୭୨ଘଣ୍ଟା ମଧ୍ୟରେ ଗିରଫ କରାଯାଉ । ନିର୍ଯାତିତ ଦଳିତ  ପରିବାରକୁ ସୁରକ୍ଷା ସହିତ ଅତ୍ୟାଚାର ନିରାକରଣ ଆଇନ ଅନୁାୟୀ କ୍ଷତିପୂରଣ ଦିଆଯାଉ । ଜାଣିଶୁଣି ନ୍ୟାୟ ଦେବାରେ ଖିଲାପ କରୁଥିବା ମାହାଙ୍ଗା ଥାନା ଅଧିକାରୀ ଏବଂ ଏସଡିିପିଓ ସାଲେପୁରଙ୍କୁ ଚାକିରିରୁ ବହିଷ୍କାର କରାଯାଉ । ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ସଂଗଠନର ସଭାପତି ଲିଟୁ ଦାସ, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ରାଜ୍ୟ  କାର୍ଯ୍ୟକାରୀ ସଭାପତି ପିତବାସ ନାୟକ, ରାଜ୍ୟ ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, କଣ୍ଟାପଡ଼ା ବ୍ଲକ ସଭାପତି, ପୁଷ୍ପଲତା ଭୋଇ, ବାରଙ୍ଗ ବ୍ଲକ ସଭାନେତ୍ରୀ ସସ୍ମିତା ବେହେରା, ସମ୍ପାଦିକା ମାମିନୀ ବେହେରା, ରାଜ୍ୟ ମହିଳା ସଭାପତି କବିତା ଭୋଇ, ମହିଳା ସମ୍ପାଦକ ଟିକିନା ପରିନା, ଖୋର୍ଦ୍ଧା ଜିଲ୍ଲା ସଭାପତି ଅଶୋକ କୁମାର ଭୋଇ, ପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରା, ଭୁବନେଶ୍ୱର ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ଜଟଣୀ ବ୍ଲକ ସଭାପତି କୁନ୍ଦନ ନାୟକ, ସମ୍ପାଦକ, ବଳରାମ ସୁନ୍ଦରାୟ, ରମେଶ ବେହେରା, ଯମୁନା ବେହେରା, ମିନୀତ ବେହେରା, ସୁଷମା ବେହେରା ପ୍ରମୁଖ ଯୋଗ  ଦେଇଥିଲେ ।

 

 

 

 

Leave A Reply

Your email address will not be published.