ସମ୍ବଲପୁର ରମାକାନ୍ତ ବିଶ୍ବାଳ : ଜାନୁୟାରୀ ୨୫ରୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ଶ୍ରୀରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ । ପଶ୍ଚିମ ଓଡ଼ିଶା ବିଶ୍ୱ ହିନ୍ଦୁ ପରିଷଦ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବ । ଏନେଇ ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀରେ ଭିଏଚପି (ବିଶ୍ବ ହିନ୍ଦୁ ପରିଷଦ) ନେତା ସପନ କୁମାର ମୁଖାର୍ଜୀ ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ସାରା ଦେଶରେ ଆସନ୍ତା ୧୫ ଜାନୁଆରୀରୁ ୨୭ ଫେବୃଆରୀ ଯାଏଁ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ନିଧି ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯିବ । ଦେଶର ୪ ଲକ୍ଷ ଗାଁର ୧୧ କୋଟି ପରିବାରଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇ ନିଧି ସଂଗ୍ରହ କରାଯିବ। ଏହି ଅବସରରେ ପଶ୍ଚିମ ଓଡ଼ିଶାରେ ୨୫ ଜାନୁଆରୀରୁ ୧୦ ଫେବୃଆରୀ ଯାଏ ଏହି ଅଭିଯାନ ଜାରି ରହିବ। ଏହି ସମୟରେ ପଶ୍ଚିମ ଓଡ଼ିଶାର ୧୪ ହଜାର ଗ୍ରାମର ୧୬ ଲକ୍ଷ ପରିବାର ସହ ସମ୍ପର୍କ ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଆସିଥିବା ବିଶ୍ୱ ହିନ୍ଦୁ ପରିଷଦର ପୂର୍ବ ଭାରତ ସଙ୍ଗଠନ ମନ୍ତ୍ରୀ ସପନ କୁମାର ମୁଖାର୍ଜୀ । ଏହା ୨୫ ଜାନୁଆରୀରୁ ଆରମ୍ଭ ହୋଇ ୧୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ସମ୍ବଲପୁରରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବଜରଙ୍ଗ ଦଳ ନେତା ଶୁଧିର ବହିଦାର, ଆରଏସଏସ ନେତା ବିପିନ ବିହାରୀ ନନ୍ଦ ଓ ରାଜୀବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.