ଆସାମ ନିର୍ବାଚନ : ନଡ୍ଡାଙ୍କ ସହ ବୈଜୟନ୍ତଙ୍କ ବୈଠକ 

0

ନୂଆଦିଲ୍ଲୀ : ଆସାମରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସେଠାରେ ମାରାଥନ ବୈଠକ, ସଭା କରୁଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନ ଆସାମ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ନିର୍ବାଚନ ପ୍ରସ୍ତୁତି ଦେଖିଛନ୍ତି। ଏହା କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି। ଏଥିସହ ମିଶନ ୧୦୦+ ଲକ୍ଷ୍ୟକୁ ପୂରଣ କରିବା ଲାଗି କାର୍ଯ୍ୟକର୍ତ୍ତା ଆହୁରି ସକ୍ରିୟ ହୋଇଯାଇଥିବା ସେ କହିଛନ୍ତି। 

ଆଗକୁ ବିଧାନସଭା ନିର୍ବାଚନ ଲାଗି ନଡ୍ଡା ଗତକାଲି ଦୁଇଦିନିଆ ଆସାମ ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଏହି ଅବସରରେ ଗତକାଲି ସିଲଚରଠାରେ ସେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରି ସମସ୍ତଙ୍କୁ ମିଶନ ୧୦୦+ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଆଜି ଶ୍ରୀଯୁକ୍ତ ପଣ୍ଡାଙ୍କୁ ଶ୍ରୀ ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଜନ୍ମଦିନର ବଧେଇ ଜଣାଇଥିଲେ। ଏହାପରେ ଶ୍ରୀ ନଡ୍ଡାଙ୍କ ସହ ଶ୍ରୀ ପଣ୍ଡା ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିର ଦର୍ଶନ କରିଥିଲେ।

Leave A Reply

Your email address will not be published.