ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ର ନିର୍ମାଣ ସମ୍ଭବ: ମନ୍ତ୍ରୀ

0

ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର,(ଶାସକ ପ୍ରଶାସକ) : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ ଉତ୍ସବରେ ଇଲେକ୍ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର-୩ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଆମ ରାଜ୍ୟରେ ମୋଟ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ଯୁବବର୍ଗ । ରାଜ୍ୟ ସରକାର ସ୍ୱତନ୍ତ୍ର ଯୁବନୀତି ପ୍ରଣୟନ କରିବା ସହ ଯୁବକ ଓ ଯୁବତୀମାନଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଅନେକ ସମୟରେ ଦେଖାଯାଉଛି ବିଭିନ୍ନ ନକାରାତ୍ମକ ଶକ୍ତି ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରାଇବା ସହ ବିପଥଗାମୀ କରାଉଛି । ତେଣୁ ଆଜିର ଏହି ଶୁଭ ଅବସରରେ ସମସ୍ତ ଯୁବବର୍ଗ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିବା ସହ ରାଷ୍ଟ୍ର ନିର୍ମାଣରେ ନିଜର ସହଯୋଗର ହାତ ବଢ଼ାନ୍ତୁ । ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ରନିର୍ମାଣ ସମ୍ଭବ ବୋଲି ମନ୍ତ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । 

ସମ୍ମାନୀୟ ଅତିଥି  ଭାବେ ରାମକୃଷ୍ଣ ମିଶନ, ଭୁବନେଶ୍ୱରର ସ୍ୱାମୀ ଆତ୍ମା ପ୍ରବାନନ୍ଦଜୀ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ସହ ସତ୍ୟ, ସକାରାତ୍ମକ ଚିନ୍ତାଧାରା ଏବଂ ଦେଶଭକ୍ତିର ଭାବନା ନେଇ ଦେଶ ବିକାଶରେ ନିଜକୁ ସାମିଲ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । 

ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା  ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଉପ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ଶ୍ରୀ ଶୈଳେନ୍ଦ୍ର ଜେନା, ଶ୍ରୀ ରଞ୍ଜିତ୍ କୁମାର ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମର  ପ୍ରଶାସକ ଶ୍ରୀ ମଧୁସୂଦନ ବେହେରାଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । 

Leave A Reply

Your email address will not be published.