ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲା ବିଜୁ ଛାତ୍ର ଜନତା ଦଳ

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବିରଂଜନ ତ୍ରିପାଠୀ ପତ୍ରଲେଖି ଅନୁରୋଧ କରିଛନ୍ତି | କୋଭିଡି ମହାମାରୀ ସମୟରେ ଟେଷ୍ଟିଙ୍ଗ ଠାରୁ ଆରମ୍ଭ କରି ଚିକିତ୍ସା ସବୁକିଛି ରାଜ୍ୟ ସରକାର ବହନ କରିବା ସହ ସମୟଚିତ ପଦକ୍ଷେପ ନେଇ  ରାଜ୍ୟବାସୀଙ୍କ ଅମୁଲ୍ୟ ଜୀବନ ରକ୍ଷା କରିଥିବା ଯୋଗୁ ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ତ୍ରିପାଠୀ | 

ଶ୍ରୀ ତ୍ରିପାଠୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ  କୋଭିଡି ପରିସ୍ଥିତି ଯୋଗୁ ଅନେକ ଅଭିଭାବକ ପରୀକ୍ଷା ଫି ଜମା କରିବା ସ୍ଥିତିରେ ନାହାନ୍ତି |  ଅନେକ ଛାତ୍ର ଫର୍ମ ପୁରଣ କରିନପାରୀବାର ଆଶଙ୍କା ରହିଛି | ତେଣୁ ଏ ଦୟନୀୟ ସ୍ଥିତିରେ  ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫି (ପ୍ରତ୍ୟେକେ ୪୨୦ ଟଙ୍କା ଲେଖାଏ) ଛାଡ କରିବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି | 

Leave A Reply

Your email address will not be published.