ବିପଦ ସଂକୁଳ ଅବସ୍ଥାରେ ଚିରାଲ ନାଲା ବ୍ରିଜ଼ 

0

ରାସ୍ତା ପାର୍ଶ୍ଵ ରେ ବଡ଼ ଗର୍ତ, ଅଳ୍ପକେ ଦୁର୍ଘଟଣାରୁ ବଞ୍ଚୁଛନ୍ତି ଲୋକେ।

ଚିନ୍ତା ରେ ଯାତାୟାତ ଜନସାଧାରଣ, ମରାମତି ଦାବି।

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଲଉଡିଦରହା ଗ୍ରାମ ପଞ୍ଚାୟତ ର ଲଉଡିଦରହା ଗ୍ରାମ ଓଡିଶା ଛତିଶଗଡ଼ ର ସୀମାରେ ଥିବା ଚିରାଳନାଲା ବ୍ରିଜ଼ର ରାସ୍ତା ପାର୍ଶ୍ୱ ରେ ବିପଦ ସଙ୍କୁଳ ଅବସ୍ଥାରେ ଏକ ବଡ଼ ପାଞ୍ଚ ଫୁଟରୁ ଉର୍ଦ୍ଧ୍ବ ହେବ ଗର୍ତ୍ତ ସୃଷ୍ଟି ହୋଇଛି। ଯାତାୟତ କରୁଥିବା ଜନସାଧାରଣ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଗତବର୍ଷ ଏବଂ ଚଳିତ ବର୍ଷ ଚିରାଲନାଲା ର ବ୍ରିଜ଼ ଉପରୁ ବର୍ଷା ପାଣି ଯାଇ ବନ୍ୟାର ସ୍ରୋତରେ ପୋଲର ପାର୍ଶ୍ବ ବିରାଟ ଗର୍ତ୍ତ ସୃଷ୍ଟି ହେବାଫଳ ରେ ରାସ୍ତା ପାର୍ଶ୍ୱ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଉଭୟ ଚିରାଲ ନାଲା ଦେଇ ପଦ୍ମପୁର ,ପାଇକମାଲ ,ଝାରବନ୍ଧ ବ୍ଲକର ଛତିଶଗଡ଼ ରାଜ୍ୟକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ବିରାଟ ଗର୍ତ୍ତ ଦେଇ ରାତ୍ର ସମୟରେ ଜନସାଧାରଣ ଚିନ୍ତା ବଢ଼ାଇ ଦେଇଛି।ଚାରିଚକିଆ ଜାନ ଓ ବାଇକ ଗର୍ତ୍ତରେ ପଡି ଅଳ୍ପକେ ମୃତ୍ୟୁ ମୁଖରେ ପଡି ବଞ୍ଚି ଯାଉଛନ୍ତି।ପୋଲ ପାର୍ଶ୍ଵରେ ସୃଷ୍ଟି ହୋଇଥିବା ଗର୍ତ୍ତ କୁ ସମତୁଲ କରିବାକୁ ପ୍ରଶାସନ ଠାରେ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.