ଅଚଳ ନଳକୂପ ମରାମତି ଦାବି

0

ଝାରବନ୍ଧ-ମନୋହର ଦାଶ: ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱତନ୍ତ୍ର ପାନୀୟ ଜଳ ଯୋଗାଣ ରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ ସ୍ତରରେ ସରକାର କର୍ମଚାରୀ ନିଯୁକ୍ତି କରିଛନ୍ତି ।ସବୁ ଗ୍ରାମ ର କେହିବି ଜଣେ ହେଲେ ଶୁଦ୍ଧ ପାନୀୟ ଜଳ ବଞ୍ଚିତ ନ ରୁହେ ସେଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କୁ ପିଇବା ପାଣି ମିଳୁନଥିବା ଅଭିଯୋଗ ହୋଇଛି।ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଲଉଡିଦରହା ଗ୍ରାମ ପଞ୍ଚାୟତ ଲଉଡିଦରହା ଗ୍ରାମ ର ବସଷ୍ଟାଣ୍ଡ ଠାରେ ଥିବା ନଳକୂପ ଆଜକୁ ମାସେ ରୁ ଅଧିକ ଦୀନ ହେବ ମରାମତି କାର୍ଯ୍ୟ ହୋଇପାରୁ ନାହିଁ।ପାଇପ ପାଣି ବ୍ୟବସ୍ଥା ପୁରା ହୋଇପାରୁ ନାହିଁ।ସକାଲବେଳା ଏବଂ ଉପରବେଳା କମ ସମୟ ଲାଗି ଜଳ ଯୋଗାଣ ହେଉ ଥିବାରୁ ପଡା ବାସୀଙ୍କ ଜଳ ଚାହିଦା ପୂରଣ ହୋଇ ପାରୁ ନାହିଁ। ଦଳିତ ପଡାକୁ ଯାଇ ନଳ କୂପରୁ ପାଣି ଆଣିବା କଷ୍ଟକର ହେଉଛି।ଅଚଳ ହୋଇ ପଡ଼ିଥିବା ନଳକୂପ କୁ ସଜାଡ଼ିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି।ତୁରନ୍ତ ପାନୀୟଜଳ ର ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.