ଅଖା ବୋଝେଇ ଟ୍ରକରୁ ଅବକାରୀ ବିଭାଗ ଦ୍ବାରା ୧୬୨୨ କେଜି ଗଞ୍ଜେଇ ଜବତ 

0

ରାୟଗଡା/ ସରୋଜ ସାହୁ : ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଯାଞ୍ଚ କରି ଏକ ଅଖା ବୋଝେଇ ଟ୍ରକରୁ ଅବକାରୀ ବିଭାଗ ଦ୍ବାରା ୧୬୨୨ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ହେବ। ଘଟଣାରୁ ପ୍ରକାଶ ଯେ, ଅବକାରୀ ବିଭାଗ କର୍ତ୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ ଖବର ପାଇ ଗଞ୍ଜେଇ ଚାଲାଣ ଅନୁସନ୍ଧାନ କରୁଥିଲେ। ରାୟଗଡା ସହରରୁ ମୁକୁନ୍ଦପୁର ଯିବା ବେଳେ ଘାଟି ଉପରେ ଏକ ଅଖା ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିଲା। ଅବକାରୀ କର୍ମଚାରୀ ମାନେ ସନ୍ଦେହ କରି ଟ୍ରକ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ଅବକାରୀ କର୍ମଚାରୀ ମାନେ ତୁରନ୍ତ ଟ୍ରକକୁ ଜବତ କରି ରାୟଗଡା ଆଣିଥିଲେ। ରାୟଗଡା ଅବକାରୀ କାର୍ଯ୍ୟାଳୟରେ ତଦନ୍ତ ବେଳେ ସେଥିରେ ଅଖା ବସ୍ତା ଲୋଡ ହୋଇଥିଲା। ଆଉ ତା ଭିତରେ ଛୋଟ ଛୋଟ ପ୍ୟାକିଂ ଅରି ଗଞ୍ଜେଇ ଚାଲାଣ ହେଉଥିଲା। ଟ୍ରକ ଛାଡି ଡ୍ରାଇଭର ଚାଲି ଯାଇଥିବା ଯୋଗୁଁ କାହାକୁ ଗିରଫ କରାଯାଇନାହିଁ।

Leave A Reply

Your email address will not be published.