ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଠାରେ ସୋମବାର ଆୟୋଜିତ ହେଉଥିବା ବିଜୁ ଜନତା ଦଳ ଯୁବ-ଛାତ୍ର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଏବଂ ବିଜେଡି ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରୀପାଠି ଙ୍କୁ ଖିଣ୍ଡା ଛକ ଠାରେ ବିଜେଡି ରେଙ୍ଗାଲି ନିର୍ବାଚନ ମଣ୍ଡଳି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନେତାମାନେ ଖିଣ୍ଡା ଛକକୁ ପହଞ୍ଚିଲା ପରେ ଛକରେ ରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ବୀର ସୁରେନ୍ଦ୍ର ସାଏଙ୍କ ଦାୟାଦ ବିରେନ୍ଦ୍ର ପ୍ରତାଵ ସାଏଙ୍କୁ ପ୍ରଣବ ବଲବନ୍ତରାୟ ଉପଢୋକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ବିଜୁ ଜନତା ଦଳ ର ନାରୀ ନେତ୍ରୀ ଇଂ ରୀନା ତନ୍ତୀ,ମୋତିଲାଲ ତନ୍ତୀ,ଦେବେନ ପତି,ବିଜେଡି ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ,ଧନକଉଡ଼ା ବ୍ଲକ ସଭାପତି ରଜନୀ ସାହୁ, ଯୁବ ବିଜେଡ଼ିର ଯୁବ ନେତା ମହେନ୍ଦ୍ର ଓରାମ,ହେମନ୍ତ ପଣ୍ଡା,ପଦ୍ମଲୋଚନ ଧର,ନାରାୟଣ ଶର୍ମା, କିରନ ବେହେରା, ସତ୍ୟନାରାୟଣ ଅଗ୍ରୱାଲ,ସୁଧୀର ନାଥ,ଜିଲ୍ଲା ଛାତ୍ର ଉପସଭାପତି ସରୋଜ ପ୍ରଧାନ, ରେଙ୍ଗାଲି ବ୍ଲକ ଯୁବ ସଭାପତି ଦୟାନିଧି ଭଇଁସାଲ,ଧନକଉଡ଼ା ବ୍ଲକ ସଭାପତି ପଲ୍ଲବ ନାଥ,ରେଙ୍ଗାଲି ବ୍ଲକ ଛାତ୍ର ସଭାପତି ବାବୁଲୁ ରାଉତ,ଧନକଉଡ଼ା ବ୍ଲକ ଛାତ୍ର ସଭାପତି ନରେଶ ଧନୁକା,ବିଜେଡି ମିଡ଼ିଆ ସଂଯୋଜକ ସନ୍ଦୀପ ଶର୍ମା, ଟିଙ୍କୁ ନାୟକ, ଜଗନ୍ନାଥ ନାଥ,ରାଜେଶ ଚୈନି, ଅମିତ ନାଥ,ସହ ୫୦୦ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post