ବିଜେପି ପକ୍ଷରୁ ଷଣ୍ଢପଥର ଠାରେ ଜାତୀୟ ରାଜପଥ ଅବରୋଧ ।

0

ସମ୍ବଲପୁର(ରମାକାନ୍ତବିଶ୍ବାଳ):ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଷଣ୍ଢପଥର ଠାରେ ଜାତୀୟ ରାଜପଥ ଅବରୋଧ କରାଜାଇଥିଲା । ଆନ୍ଦୋଳନର ପ୍ରଥମ ଦିନରେ ସନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ପ୍ରଥମେ ଜମନକିରା ତହସିଲଦାର ଓ ପରେ କୁଚିଣ୍ଡା ଉପଖଣ୍ଡ ର ଉପଜିଲ୍ଲାପାଳ ଷଣ୍ଢପଥର ଠାରେ ଆନ୍ଦୋଳନ ସ୍ଥଳ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ସରକାର ଉପରେ ବିଶ୍ୱାସ ରଖି ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ହେଲେ ଆନ୍ଦୋଳନକାରୀ ମାନେ ନିଜ ଦାବି ରେ ଅଟଳ ରହି ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟକାଳ ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବେଲି ଦେଇଥିଲେ |

ଏହି ଧାରଣାରେ ବିଜେପି ରାଜ୍ୟ ଉପସଭାପତି ନାଉରି ନାଏକ, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ରାଧେଶ୍ୟାମ ବାରିକ, ଗିରିଷ ପଟେଲ, ଦେବେନ୍ଦ୍ର ମହାପାତ୍ର, ବୃନ୍ଦାବନ ମାଝି, ଦୁଷ୍ମନ୍ତ ନାଏକ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ନରେନ୍ଦ୍ର ମିଶ୍ର, ସୁଶୀଲ କର, ଅମୋଘ ପାଣିଗ୍ରାହୀ, ଜିତେନ୍ଦ୍ର ଚୌଧୁରୀ, ରମେଶ ସାହୁ, ମନୋଜ ମାଝୀ, ସୁନୀଲ ମୁଦୁଲି, ମନୋଜ ମହାକୁଡ଼, ପ୍ରଶାନ୍ତ ପଣ୍ଡା, ବିଜୟ ନାଏକ, ଜଗଦୀଶ ନାଏକ, ଅମରଜିତ ସେଠ, ପବନ ପଟେଲ, ଅରୁଣ ମହାକୁଡ଼ ପ୍ରମୁଖ ସାମିଲ ହୋଇଛନ୍ତି |

http://www.youtube.com/watch?v=VFs40eq5IyA 

Leave A Reply

Your email address will not be published.