ଜୁଆ ଆଡା ଉପରେ ଭଂଜନଗର ପୋଲିସର ଚଢ଼ାଉ ; ୫ ଗିରଫ 

0

ଭଂଜନଗର ( ନିଲୁ ବିଷୋୟୀ ) – ଭଂଜନଗର ଥାନା ଅନ୍ତର୍ଗତ ନବଗୋଛା ଠାରେ ଚାଲିଥିବା ଏକ ଜୁଆ ଆଡା ଉପରେ ଭଂଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ ଜୁଆ ଆଡା ଉପରେ ଚଢ଼ାଉ କରି ସେଠାରୁ ୫ପାଞ୍ଚ ଜଣ ଜୁଆଡି ଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କ ଠାରୁ ନଗଦ ୧୮୭୬୦ ଟଙ୍କା ୪ ଟି ମୋବାଇଲ ଫୋନ ଓ ତାସ ଜବତ କରାଯାଇଛି। ଏ ନେଇ ଭଂଜନଗର ଥାନା କେସ ନମ୍ବର ୯/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଚଢ଼ାଉ ରେ ଏସଆଇ ସମୀର ବେହେରା,ଲିତାରାଣୀ ପରିଡା,ଟୁନା ପିଡ଼ିକା,ରାଜେଶ ପରିଡା ପ୍ରମୁଖ ସାମିଲ ହୋଇଥିଲେ

Leave A Reply

Your email address will not be published.