ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା ଘଟଣା: ହତ୍ୟାକାରୀଙ୍କୁ ଗିରଫ ଦାବୀରେ ବିଜେପିର ଥାନା ଘେରାଉ

0

ନୂଆପଡ଼ା(ଅମିତ ପୁରୋହିତ): ମହଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଲମଣୀ ବରାଲ ଓ ସାଥୀଙ୍କୁ ହତ୍ୟା ଘଟଣାର ପ୍ରକୃତ ହତ୍ୟାକାରୀ ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବୀରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସଦର ଥାନା ଘେରାଉ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସଦର ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି । ଏହି ହତ୍ୟାକାଣ୍ଡର ପ୍ରକୃତ ହତ୍ୟାକାରୀ ସହ ମନ୍ତ୍ରୀ ଜେନାଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ । ପରେ ଥାନା ମୁଖ୍ୟ ଗେଟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ବିଜେପି ଜିଲ୍ଲା ଉପ ସଭାପତି ଗୋଲ୍ଡି ଅଗ୍ରୱାଲ, ସାଧାରଣ ସମ୍ପାଦକ ତୁଲସ ପଟେଲ, ପୂର୍ବତନ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲିପ ନିର୍ମଲକର, ରାଜ୍ୟ ଏସସି ମୋର୍ଚ୍ଚ ଉପ ସଭାପତି ମନିଜର ଆର୍ଯ୍ୟ, ନୂଆପଡ଼ା ମଣ୍ଡଳ ସଭାପତି ବିଜୟ ଚନ୍ଦ୍ରପାର, କୋମନା ମଣ୍ଡଳ ସଭାପତି ଚନ୍ଦନ ଠାକୁର, କଣାଭଏଁରା ମଣ୍ଡଳ ସଭାପତି ଥାନସିଂ ଠାକୁର, ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ଅର୍ଜୁନ ଜଗତ, କୈଲାସ ତାଣ୍ଡି, ଶତୃଘନ ସ୍ୱାଇଁ, ଭୂବନ ବାଗ, ରମେଶ କେତକୀ, ସୁନିଲ ସାହୁ, ଆୟୁଷ ଜୈନ, ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।   

 

Leave A Reply

Your email address will not be published.