ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଆରୋଗ୍ୟ କାମନା କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୀପଦାନ 

0

କଟକ(ଶାସକ ପ୍ରଶାସକ) : ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓଙ୍କ ଆରୋଗ୍ୟ କାମନା କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମା’ କଟକ ଚଣ୍ଡୀଙ୍କ ନିକଟରେ ଦୀପଦାନ କରାଯାଇଛି । ଗତ କାଲି ସନ୍ଧ୍ୟାରେ ମା’ କଟକ ଚଣ୍ଡୀଙ୍କ ମନ୍ଦିର ସମ୍ମୁଖରେ ମନ୍ଦିରର ପୂଜକଙ୍କ ଉପସ୍ଥିତିରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ପ୍ରକାଶ ଥାଉକି, ପଦ୍ନଶ୍ରୀ ଡି ପ୍ରକାଶ ରାଓ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ତାଙ୍କର ଦୁଇଥର ବ୍ରେନ ଷ୍ଟ୍ରୋକ ହୋଇସାରିଲାଣି । ଏହି କାର୍ଯ୍ୟକ୍ରମରେ ମା’ କଟକ ଚଣ୍ଡୀଙ୍କ ପୂଜକଙ୍କ ସମେତ ବିଜୁ ଛାତ୍ର ଜନତା ଦଳର କଟକ ଜୋନ ସଭାପତି ଶ୍ରୀ ସ୍ମୃତି ରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମନୋଜ ମହାନ୍ତି, ଶ୍ରୀ ହାପି ଦତ୍ତ, ଶିବ ଶଙ୍କର ସିଂହ,  ରମେଶ କୁମାର, ଅପର୍ଣ୍ଣା ଦାସ, ଅବିନାଶ ସାସମଲ, ପ୍ରସନଜିତ ବାରିକ, ରାହୁଲ ମଣ୍ଡଳ, ଅମିତ ସାହୁ, ହେମନ୍ତ ସାହୁ, ଅବିନାଶ ସାହୁ, ବିଶ୍ୱଜିତ ବେହେରା, ଚିକୁନ ଏବଂ ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.