ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପ୍ରିମିୟର ଲିଗ୍ ( କ୍ରିକେଟ ଟୁର୍ଣ୍ଣାମେଣ୍ଟ ) ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ତଥା ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ନାରାୟଣ ସାମନ୍ତରା, ଉମା ଶଙ୍କର ନାୟକ, କେ.ମନୋଜ ଆଚାରୀ, ଖଲି ପରିଡା, କାହ୍ନୁ ଚରଣ ବାଡତ୍ୟା ଓ କୃତିବାସ ଡାକୁଆ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ରତ୍ନାକର ମହାରଣା ସଂଯୋଜନା କରିଥିଲେ । ପ୍ରଥମ ଦିନର ମ୍ୟାଚରେ ନିମିନା ଟିମ୍ ପ୍ରଥମ ବ୍ୟାଟିଙ୍ଗ କରି ୧୨ ଓଭରରେ ୯ଟି ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆସ୍କା ମଲିଙ୍ଗା ଟିମ୍ ୯ ଓଭର ୨ ବଲ୍ ରେ ୬ଟି ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିବା ଏବଂ ଆସ୍କା ଟିମ୍ ର ବିଦ୍ୟା ମେନ୍ ଅଫ୍ ଦି ମ୍ୟାଚ ହାସଲ କରିଥିବା ଜଣାପଡିଛି । ଆମ୍ପେୟର ଭାର ମନୋଜ ପଣ୍ଡା ଓ ସିମାଞ୍ଚଳ ଜେନା ତୁଲାଇଥିବା ବେଳେ ପିଙ୍କୁ ଭଟ୍ଟ କମେଣ୍ଟ୍ରି କରିଥିଲେ । ବାଲିପଦର କ୍ରକେଟ୍ ଟିମ୍ ର ସଭାପତି ଜଗନ୍ନାଥ ମହାରଣା ସମେତ ଟିମ୍ ର ସମସ୍ତ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ଶେଷରେ ପ୍ରତାପ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.