ପଞ୍ଚମ ବାଟାଲିୟନ ଗାଡ଼ିକୁ ଧକ୍କା ଦେଲା କାଠ ବୋଝେଇ ପିକ-ଅପ୍ ଭ୍ୟାନ

0

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଲକ୍ଷ୍ମୀପୋଷିସ୍ଥିତ ପଞ୍ଚମ ବାଟାଲିୟନ ନିକଟରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ ଅପ୍ ଭ୍ୟାନ  ରାସ୍ତାପାଶ୍ୱର୍ରେ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ଗାଡ଼ି ନିକଟରେ କୌଣସି ବ୍ୟକ୍ତିଙ୍କୁ ଦଖେିବାକୁ ମିଳି ନ ଥିଲା । ଖବର ପାଇ ଲକ୍ଷ୍ମୀପୋଷି ଫାଣ୍ଡି ପୁଲିସ ଗାଡ଼ିକୁ ଜବତ କରିଥିବାର ଜଣାପଡ଼ିଛି । ତେବେ ଗାଡ଼ିର ମାଲିକ କିଏ, କେଉଁଠାରୁ କାଠ ବୋଝେଇ କରି କେଉଁଠାକୁ ଯାଉଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନ ଥିବା ବେଳେ ପିକ୍ ଅପ୍ ଭ୍ୟାନଟି ଉକ୍ତ ରାସ୍ତାରେ ଆସୁଥିବା ବେଳେ ପଞ୍ଚମ ବାଟାଲିୟନର ଗାଡ଼ିକୁ ଧକ୍କାଦେଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

 

Leave A Reply

Your email address will not be published.