ପୁନଃନିଯୁକ୍ତି ଦାବି କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛଟେଇ ହୋଇଥିବା ସ୍ବାସ୍ଥ୍ୟକର୍ମୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ସମୟରେ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଗତ ଡିସେମ୍ବର ମାସରେ ଛଟେଇ କରିଛନ୍ତି ସରକାର। କୋରୋନା ପାଇଁ ଏମାନଙ୍କୁ ସ୍ବତନ୍ତ୍ର ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର କୋରୋନା ପ୍ରଭାବ କମିଯିବା ଫଳରେ ଏମାନଙ୍କୁ ଛଟେଇ କରିଛନ୍ତି ସରକାର। ଏବେ ଏହି କର୍ମଚାରୀମାନେ ପୁନଃନିଯୁକ୍ତି ଦାବି କରି ପ୍ରଥମେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ଏ ବାବଦରେ ସେମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କୁ ପୁଣି ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.