ଭୁବନେଶ୍ବର(ଶାସକ ପ୍ରଶାସକ) – ବିଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତା ଶ୍ରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଶ୍ରୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ହେଉଛି ଓଡ଼ିଶାର ଶାସକ ଦଳ ବିଜେଡି ଦ୍ୱାରା ତିଆରି ହୋଇଥିବା ହିଂସା ଏବଂ ରାଜନୈତିକ ଅସହିଷ୍ଣୁତାଯୁକ୍ତ ସଂସ୍କୃତିର ସଦ୍ୟତମ ଉଦାହରଣ। ଏହା ନୂଆ ନୁହେଁ। ଉଭୟ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଅନେକ ବିଜେପି ନେତାଙ୍କ ହତ୍ୟା ସହ କିଛି ବର୍ଷ ହେଲା ଏପରି ହୋଇଆସୁଛି। କିନ୍ତୁ ଏହି ହିଂସା ବହୁତ ବଢ଼ିଗଲାଣି ଏବଂ ବନ୍ଦ ହେବା ଉଚିତ। ଚିନ୍ତାଜନକ କଥା ହେଉଛି ଶ୍ରୀ ବରାଳ ବିଜେଡ଼ିଠାରୁ ପାଉଥିବା ଧମକ ବିଷୟରେ ଗଣମାଧ୍ୟମକୁ କହିଥିଲେ, ପୋଲିସରେ ଅଭିଯୋଗ କରିଥିଲେ ଓ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପାଇଁ ଚିଠି ଲେଖିଥିଲେ, କିନ୍ତୁ ତଥାପି ତାଙ୍କର ହତ୍ୟା କରାଗଲା। ଏଥିସହ ସେ ଯେଉଁ ବିଷୟରେ ସ୍ୱର ଉଠାଇଥିଲେ, ତାହା ଉଲ୍ଲେଖ କରିବା ଯୋଗ୍ୟ। ସେ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି, ଯେଉଁଥିରେ ବୃହତ ପରିମାଣର ଟଙ୍କା ବିଜେଡି ନେତାମାନେ ଉଠାଇଥିବା କହି ସେ ଏହାର ବିରୋଧ କରିଥିଲେ। ଏଥିସହ ସେ ଶ୍ରୀ ବିକାଶ ଜେନା, ଯିଏ ସେହି ସମାନ ଦୁର୍ନୀତି ବିଷୟରେ କହିବାରୁ ତାଙ୍କୁ ହତ୍ୟା କରାଯାଇଥିଲା, ତାହା ନେଇ ସ୍ୱର ଉଠାଇଥିଲେ। ଓଡ଼ିଶାରେ ଏଭଳି ପରିସ୍ଥିତିକୁ ଜାରି ରହିବାକୁ କେବେବି ଅନୁମତି ଦିଆଯିବ ନାହିଁ। ବିଜେପି ଏନେଇ ସମସ୍ତ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରୁଛି। ସମସ୍ତ ଥାନା ଘେରାଉ କରୁଛି ଓ ନ୍ୟାୟ ଦିଆଯିବା ପାଇଁ ଦୃଢ଼ ଦାବି କରୁଛି। ଏପରିକି ଏଫଆଇଆରରେ ଯେଉଁମାନଙ୍କ ନାମ ରହିଛି, ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟର ଆଇନ ମନ୍ତ୍ରୀ ହୋଇଥାନ୍ତୁ ପଛେ, ସମସ୍ତଙ୍କୁ ଗିରଫ କରାଯାଉ ଓ ଜେରା କରାଯାଉ।
Sign in
Sign in
Recover your password.
A password will be e-mailed to you.