ମାହାଙ୍ଗା ଡବଲ ମର୍ଡର ଘଟଣା : ଚମ୍ପୁଆ ଥାନା ଘେରିଲା ବିଜେପି 

0

ଚମ୍ପୁଆ (ଶାସକ ପ୍ରଶାସକ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳିର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ରାଜନୈତିକ କାରଣରୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଛି ବିଜେପି  । ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପି ଥାନା ଘେରାଉ ଡାକରା ପରିପ୍ରେକ୍ଷୀରେ  କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ  ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ଥାନା ଘେରାଓ କରିଛନ୍ତି |  ମନ୍ତ୍ରୀ ପ୍ରତାପ ଜେନାଙ୍କ  ବରଖାସ୍ତ ଦାବି କରିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କହିଛନ୍ତି |  

ଏହି ଥାନା ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଭ୍ୟ ଦେବ ପ୍ରସାଦ ମିଶ୍ର , ଜିଲ୍ଲା ସମ୍ପାଦକ ସିଦ୍ଧାର୍ଥ ସିଂହ , ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ବିକାଶ ସରାଓଗୀ , ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ,  ପ୍ରକାଶ ମଲ୍ଲିକ , ଚମ୍ପୁଆ ନଗର ସଭାପତି ରାଜେଶ ଆଚାର୍ଯ୍ୟ ,ବିଳେଇପଦା ମଣ୍ଡଳ ସଭାପତି ଅଲେଖ ବାରିକ, ଚମ୍ପୁଆ ଗ୍ରାମୀଣ ସଭାପତି ଚନ୍ଦ୍ରଶେଖର ମହନ୍ତ, ଚମ୍ପୁଆ ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ବଡ଼ବିଲ ଯୁବ ମୋର୍ଚ୍ଚା ସଭାପତି ଅମିତ ସାହୁ, ମହତାବ ଆଲାମ, ଦିଲୁ ସ୍ୱାମୀ, ସୁଧୀର ସରଦାର, ଶାନ୍ତନୁ ଦାଶ, ସଞ୍ଜୟ ମହାନ୍ତି, ସଞ୍ଜୟ ଗିରି, ସନ୍ତୋଷ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ଏହି ଅବସରରେ  ଥାନାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା |

 

Leave A Reply

Your email address will not be published.