ରୋପୱେ ଦ୍ବାରା ଯୋଡ଼ି ହେବେ ରାମଚଣ୍ଡୀ ଓ ଲକ୍ଷ୍ମୀ ମନ୍ଦିର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ରାମଚଣ୍ଡୀ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଯୋଡ଼ା ହେବ ରୋପୱେ ଦ୍ବାରା। ଏ ନେଇ ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ସୂଚନା ଦେଇଥିବା ଜଣାପଡ଼ିଛି। ପ୍ରାକୃତିକ ପରିବେଶବେଷ୍ଟିତ ବ୍ରଜରାଜନଗର ଏହି ଦୁଇ ମନ୍ଦିର ରୋପୱେ ଦ୍ବାରା ଯୋଡ଼ି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନେଇ ବ୍ରଜରାଜନଗରବାସୀ ଆଶାବାଦୀ। ପୂର୍ବରୁ ଏଠାରେ କେବଳ ଜିଲ୍ଲା ଏବଂ ଆଖପାଖରୁ ପର୍ଯ୍ୟଟକଙ୍କ ଆଗମନ ହେଉଥିଲା। ମାତ୍ର ବର୍ତ୍ତମାନ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରିବ। ରୋପୱେ ପାଇଁ ପ୍ରଚେଷ୍ଟା କରିଥିବା ବ୍ରଜରାଜନଗର ନଗରପାଳ  ଓ ପ୍ରସ୍ତାବ ଦେଇଥିବା ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ବ୍ରଜରାଜନଗର ଅଧିବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.